ବରଗଡ: ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଦୀର୍ଘ ଦିନରୁ ବ୍ୟାପକ ମାତ୍ରାରେ ଖଣିଜ ସମ୍ପଦ ହରିଲୁଟ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା । ପଦ୍ମପୁରକୁ ନୂତନ ଭାବରେ ଜଣେ ମହିଳା ଅତିରିକ୍ତ ତହସିଲଦାର ଯୋଗଦାନ କଲାପରେ ଶୁକ୍ରବାର ସମ୍ବଲପୁରୀ ଗାଁର ନଦୀଘାଟରେ 10 ଗୋଟି ଟ୍ରାକ୍ଟରକୁ ଜବତ କରାଯାଇଛି ।
ବାଲି ଚୋରାଚାଲାଣ ସମୟରେ ଧରାପଡିଲା 10 ଟ୍ରାକ୍ଟର - ପଦ୍ମପୁରରେ ବାଲି ଚୋରାଚାଲାଣ
ସମ୍ବଲପୁରୀ ଗାଁର ନଦୀଘାଟରେ 10 ଗୋଟି ଟ୍ରାକ୍ଟରକୁ ଜବତ କରାଯାଇଛି । ଜଗଦଲପୁର ଥାନାର ମହିଳା ପୋଲିସ ଓଆଇସି ଏବଂ ମହିଳା ତହସିଲଦାର ଉଭୟ ମିଶି ନଦୀରେ ହଠାତ୍ ଚଢାଉ କରିଥିଲେ ।
ଜଗଦଲପୁର ଥାନାର ମହିଳା ପୋଲିସ ଓଆଇସି ଏବଂ ମହିଳା ତହସିଲଦାର ଉଭୟ ମିଶି ନଦୀରେ ହଠାତ୍ ଚଢାଉ କରିଥିଲେ । ବେଆଇନ ବାଲି ଚୋରାଚାଲାଣ କରୁଥିବା ଟ୍ରାକ୍ଟର ଗୁଡିକୁ ଜବତ କରି ଜଗଦାଲପୁର ଥାନାରେ ରଖାଯାଇଛି |
ପଦ୍ମପୁର ଅଞ୍ଚଳରେ ଯେତେ ବାଲି ଓ ଖଣିଜ ସମ୍ପଦ ଚୋରି ହେଉଥିଲେ ମଧ୍ୟ ସ୍ଥାନୀୟ ଅଧିକାରୀମାନେ ମୋଟା ଅଙ୍କର ଅର୍ଥ ମଫିଆମାନଙ୍କ ଠାରୁ ଆଦାୟ କରି ଚୁପ ଚାପ ରହିଯାଉଥିଲେ | ସେପଟେ ପ୍ରଚୁର ରାଜସ୍ବହାନୀ ହେଉଥିଲେ ମଧ୍ୟ ସମ୍ପୂର୍ଣ ଆଖି ବୁଜି ଦେଉଥିଲେ ଅଧିକାରୀ ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜନ ଅସନ୍ତୋଷ ବଢିଚାଲିଥିଲା । ହେଲେ ପଦ୍ମପୁରରେ ଅତିରିକ୍ତ ତହସିଲଦାର ଭାବେ ସରିତା ଗୁପ୍ତା ଯୋଗଦାନ କଲାପରେ ପ୍ରଥମ ଥର ପାଇଁ ଏପରି ବାଲି ମାଫିଆଙ୍କ ଉପରେ ଚଢାଉ କରାଯାଇଛି | ଏକା ସଙ୍ଗେ ୧୦ ଟ୍ରାକ୍ଟର ଜବତ କରିବା ଘଟଣା ଏହି ଅଞ୍ଚଳରେ ପ୍ରଥମ । ଏପରି ପଦକ୍ଷେପକୁ ସ୍ଥାନୀୟ ଲୋକେ ଭୂରି ପ୍ରଶଂସା କରିଛନ୍ତି | ମହିଳାଧିକାରୀ ସାହସ ଜୁଟାଇ ଅନ୍ୟ ଅଧିକାରୀ ମାନଙ୍କୁ ଶିକ୍ଷା ଦେଇଛନ୍ତି ବୋଲି ଅଞ୍ଚଳବାସୀ କହିଛନ୍ତି |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ