ଓଡିଶା

odisha

ETV Bharat / state

ପୋଲିସକୁ ମିଳିଲା ସଫଳତା, ନିଶା ବେପାରୀ ଗିରଫ - bargarh

ପୋଲିସକୁ ମିଳିଲା ସଫଳତା ।  ନିଶା ବ୍ୟବସାୟୀଙ୍କୁ ଗିରଫ କଲା ପଦ୍ମପୁର ପୋଲିସ । ଅପମିଶ୍ରିତ ନିଶା ଦ୍ରବ୍ୟ ଜାର୍କିନ, ୧୮୦ଟି ଏସ୍କପ କଫସିରପ, ୨ଟି ସ୍ଟ୍ରିପ ଏପ୍ରେକ୍ସ .୨୫ ନିଶା ଟାବଲେଟ ସହ ନଗଦ ୧୦,୮୭୦ ଟଙ୍କା ଜବତ କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବରଗଡ

By

Published : Jun 22, 2019, 5:00 AM IST


ବରଗଡ : ପଦ୍ମପୁରରେ ନିଶା କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ପୋଲିସ ଅଣ୍ଟାଭିଡିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଚଢାଉ ବେଳେ ଜଣେ ନିଶା ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଏହି ଚଢାଉ ଦଳରେ ପଦ୍ମପୁର ଥାନା ଅଧିକାରୀ ମାନସରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ ସବଇନ୍ସପେକ୍ଟର ଆର.କେ ହେମ୍ରମ,ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ବେହେରା,ହାବିଲଦାର ପି.ଏନ ସାହୁ, ପ୍ରମୁଖ ରହିଛନ୍ତି ।

ପଦ୍ମପୁର ଛତିଶଗଡ ରାସ୍ତାରେ ଥିବା ଜଟିଆ ବନ୍ଦ ନାମକ ଏକ ଜାଗାରେ ଚଢାଉ କରି ସୋମନାଥ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ଏହାସହ ଏକ ଅପମିଶ୍ରିତ ନିଶା ଦ୍ରବ୍ୟ ଜାର୍କିନ, ୧୮୦ଟି ଏସ୍କପ କଫସିରପ, ୨ଟି ସ୍ଟ୍ରିପ ଏପ୍ରେକ୍ସ .୨୫ ନିଶା ଟାବଲେଟ ସହ ନଗଦ ୧୦,୮୭୦ ଟଙ୍କା ଜବତ କରାଯାଇଛି । ପଦ୍ମପୁର ଅଞ୍ଚଳକୁ ପଡୋଶୀ ଛତିଶଗଡ ରାଜ୍ୟରୁ ପ୍ରଚୁର ମାତ୍ରାରେ ନିଶା ଦ୍ରବ୍ୟ ବିକ୍ରି ହେଉଛି । ପୋଲିସର କରିଦେଇଛନ୍ତି ନିଶା ବେପାରୀ |

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details