ଓଡିଶା

odisha

ETV Bharat / state

ଅସହାୟଙ୍କ ମୁହଁରେ ହସ ଫୁଟାଇଲେ ଯୁବଗୋଷ୍ଠୀ

ବାଲେଶ୍ବରରେ ଦୀପାବଳି ନେଇ ଯୁବଗୋଷ୍ଠୀଙ୍କ ନିଆରା ପ୍ରୟାସ । ମାଟିଦୀପ ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ କରିବା ସହ କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ଦୀପ, ସଳିତା ଓ ତେଲ ଦାନ କରି ସେମାନଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି ।

By

Published : Oct 26, 2019, 6:01 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ବାଲେଶ୍ବର: କିଛି ଯୁବକ ଏକ ଅଭିନବ ଉପାୟରେ ଆଲୋକର ପର୍ବ ଦିପାବଳି ପାଳନ ନେଇ ସଚେତନ କରାଇବା ସହ ଅସହାୟଙ୍କ ମୁହଁରେ ହସ ଫୁଟାଇଥିବା ଦେଖିବାକୁ ମିଳିଛି ।

ବାଲେଶ୍ବରରେ ଯୁବ ସମାଜସେବୀ ନନ୍ଦ କିଶୋର ମହାନ୍ତିଙ୍କ ନେତୃତ୍ବରେ ଯୁବଗୋଷ୍ଠୀ ସହରର ନୂଆ ବଜାରରେ ପହଞ୍ଚିଥିଲେ । ସେଠାରେ ମାଟି ଦୀପ ବିକୁଥିବା ଦୋକାନିମାନଙ୍କ ଠାରୁ ଦୀପ କିଣିବା ସହ ସେମାନଙ୍କୁ ମିଠା ଖୁଆଇଥିଲେ । ଦିପାବଳୀ ପାଇଁ ଚାଇନା ଦ୍ରବ୍ୟ ବର୍ଜନ କରି ମାଟି ଦୀପ ବ୍ୟବହାର ପାଇଁ ଯୁବଗୋଷ୍ଠୀ ଆହ୍ବାନ ଦେଇଛନ୍ତି ।

ଅସହାୟଙ୍କ ମୁହଁରେ ହସ ଫୁଟାଇଲେ ଯୁବଗୋଷ୍ଠୀ

ଏହାପରେ ଯୁବଗୋଷ୍ଠୀ ମାଟି ଦୀପ, ସଳିତା ଓ ତେଲ ନେଇ ବାମପଦା କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଦାନ କରିଥିଲେ । ଘର ଛାଡ଼ି କୁଷ୍ଠାଶ୍ରମରେ ଏକୁଟିଆ ରହୁଥିବା ଅନ୍ତେବାସୀଙ୍କ ଦୀପାବଳି ଖୁସିରେ କଟିବା ପାଇଁ ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details