ଓଡିଶା

odisha

ପିଲାଚୋର ସନ୍ଦେହରେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼

ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ଅଧିନ ଗଣେଶ୍ବରପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ପିଲାଚୋର ସନ୍ଦେହରେ ମାଡ଼ ମରାଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

By

Published : Mar 3, 2021, 9:35 PM IST

Published : Mar 3, 2021, 9:35 PM IST

ପିଲାଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼
ପିଲାଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼

ବାଲେଶ୍ଵର: ଶିଳ୍ପାଞ୍ଚଳ ଥାନା ଅଧିନ ଗଣେଶ୍ବରପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ପିଲାଚୋର ସନ୍ଦେହରେ ମାଡ଼ ମରାଯାଇଥିବା ଦେଖିବାକୁ ମିଳିଛି। ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଥାନାକୁ ନେଇଥିବା ଜଣା ପଡିଛି ।

ପିଲାଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼

ସୂଚନା ଅନୁସାରେ, ଗଣେଶ୍ବରପୁରଠାରେ ଥିବା ବସଷ୍ଟାଣ୍ଡ ପଡ଼ିଆରେ କିଛି ଯାଯାବର ତମ୍ବୁ ଟାଙ୍ଗି ରାହୁଛନ୍ତି । ଯାଯାବରଙ୍କ ଏକ ଶିଶୁକୁ ଜଣେ ବାହାର ରାଜ୍ୟର ଜଣେ ବ୍ୟକ୍ତି ନଡ଼ିଆ ଦେବାକୁ କହି ପାଖକୁ ଡାକିଥିଲା। ଏହାକୁ ସ୍ଥାନୀୟ ଲୋକେ ଦେଖିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପିଲାଚୋର ସନ୍ଦେହରେ ନିସ୍ତୁକ ମାଡ଼ ମାରିଥିବା ଦେଖିବାକୁ ମିଳିଛି ।

ଉକ୍ତ ବ୍ୟକ୍ତିଙ୍କ ପାଖରୁ କିଛି ନିଶା ବଟିକା ମିଳିଥିବା କୁହାଯାଉଛି। ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ପୋଲିସ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ABOUT THE AUTHOR

...view details