ବାଲେଶ୍ବର: ଯୁବକଙ୍କ ମୃତଦେହ ଉଦ୍ଧାର । ବାଲେଶ୍ଵର ସଦର ଥାନା ଅଧିନ ସଇପୁର ସ୍କୁଲ ପାଖରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ, ବାଲେଶ୍ଵରର ସେକପାଟଣା ଅଞ୍ଚଳର ପରମାନନ୍ଦ ବାରିକଙ୍କ ପୁଅ ଚକ୍ରଧର ଗତରାତିରେ ଘରୁ ବାହାରି ବହୁ ସମୟ ଯାଏ ଘରକୁ ଫେରି ନଥିଲେ । ଚକ୍ରଧର ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ବିଳମ୍ବିତ ରାତିରେ ଚକ୍ରଧରଙ୍କ ମୃତଦେହ ସ୍କୁଲ ନିକଟରେ ପଡିଥିବା ଦେଖିବାକୁ ମିଳିଥିଲା । ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।