ଓଡିଶା

odisha

ETV Bharat / state

ଚିକିତ୍ସିତ ହେବାକୁ ଯାଇ ଅତ୍ୟାଚାରର ଶିକାର ଯୁବତୀ, ଭିଡିଓ ଭାଇରାଲ

ଡାଇରିଆର ଚିକିତ୍ସା କରାଇବାକୁ ଯାଇ ଡାକ୍ତରଖାନାରେ ଅତ୍ୟାଚାରର ଶିକାର ହୋଇଛନ୍ତି ଯୁବତୀ । ହେଲେ ଚୁପ ନବସି ଘଟଣାର ପ୍ରତିବାଦ କରିଛନ୍ତି ସମ୍ପୃକ୍ତ ଯୁବତୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ହେବାରେ ଲାଗିଛି ଭାଇରାଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Aug 8, 2019, 3:49 AM IST

ବାଲେଶ୍ବର: ଅମାନବିକତାର ଭିଡିଓ ଏବେ ସୋସିଆଲ ମିଡିଆରେ ହେବାରେ ଲାଗଛି ଭାଇରାଲ । ଯେଉଁଥିରେ ଦେଖିବାକୁ ମିଳିଛନ୍ତି ଅତ୍ୟାଚାରର ଶିକାର ହୋଇଥିବା ଅବସରପ୍ରାପ୍ତ ଡିଏସ୍‌ପି ଶେଖ ହବିବୁଲ୍ଲାଙ୍କ ଝିଅ ଅଞ୍ଜୁମ । ସେ ଡାଇରିଆରେ ପୀଡିତ ଥିବାରୁ ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ଯାଇଥିବା ସମୟର ଏହି ଦୃଶ୍ୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ମୁତାବକ ଅଞ୍ଜୁମ ଡାଇରିଆର ଶିକାର ହୋଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାଇରିଆ ୱାର୍ଡରେ ପହଞ୍ଚିଥିଲେ । ହେଲେ ସେଠାରେ ବେଡ୍‌ ନଥିବାରୁ ତାଙ୍କୁ ତଳେ ଶୁଆଇ ଚିକିତ୍ସା କରାଯାଇଥିଲା । ଅଞ୍ଜୁମ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଡାକ୍ତରଖାନା କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ମାଡ ମାରିବା ସହ ତାଙ୍କ ହାତ ଓ ଗୋଡକୁ ବେଡ୍‌ର ବାଡରେ ବାନ୍ଧି ଦେଇଥିବା ଅଭିଯୋଗ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡଆରେ ଭାଇରାଲ ହେବାରେ ଲାଗିଛି ।

କେଉଁ କାରଣରୁ ଅଞ୍ଜୁମଙ୍କୁ ଏପରି ଅତ୍ୟାଚାରର ଶିକାର ହେବାକୁ ପଡିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ତେଣେ ଘଟଣାଟି କେତେ ସତ ବା ମିଛ ସେନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details