ଓଡିଶା

odisha

ETV Bharat / state

ନୂଆ ଭୋଟରଙ୍କୁ ଟିପ୍ସ ଦେଲା ରାଜ୍ୟ ଇଲେକ୍ସନ ୱାଚ - vote

ନୂତନ ଯୁବ ଭୋଟରମାନେ କିପରି ଓ କେମିତି ଭୋଟ ପ୍ରଦାନ କରିବେ ସେମାନଙ୍କୁ ସଚେତନ ଓ ସତର୍କ କରିବା ନିମନ୍ତେ ବାଲେଶ୍ବରରେ ଯୁବ ଓ ନୂତନ ଭୋଟର ସମାବେଶ ଆୟୋଜିତ ହୋଇଛି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ବାଲେଶ୍ବର

By

Published : Apr 19, 2019, 8:26 PM IST

ବାଲେଶ୍ବର:ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡିଶା ଇଲେକ୍ସନ ୱାଚ ପକ୍ଷରୁ 'ଯୁବ ଓ ନୂତନ ଭୋଟର ସମାବେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଯୁବ ତଥା ନୂତନ ଭୋଟରଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ଥିଲା ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ବାଲେଶ୍ବର

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ଉପଜିଲ୍ଲାପାଳ ନିଲୁ ମହାପାତ୍ର, ଏଡିଏମ ସମ୍ବିତ ନାୟକ, ଓଡିଶା ଇଲେକ୍ସନ ୱାଚ ମୁଖ୍ୟ ରଞ୍ଜନ ମହାନ୍ତି, ମେ ଆଇ ହେଲ୍ପ ୟୁର ସଂଯୋଜକ ଉବାଚକ ମହାନ୍ତି ପ୍ରମୁଖ ଯୋଗ ଦେଇ ଯୁବକ ଯୁବତୀମାନଙ୍କୁ ସଚେତନ କରାଇଥିଲେ ।

ତେବେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଯୁବ ଭୋଟରଙ୍କୁ ଉପଦେଶ ଦେଇ କହିଛନ୍ତି ଯେ, କାହା କଥାରେ ପ୍ରଭାବିତ ନହୋଇ ଓ କାହାକୁ ଭୟ ନକରି ନିଜର ଅଧିକାର ସାବ୍ୟସ୍ତ କରିବା ଦରକାର ।

ନିରପେକ୍ଷ ଭୋବେ ସେମାନେ କିପରି ଭୋଟ ଦେବେ ଏନେଇ ଆଲୋଚନା ମଧ୍ୟ କରାଯାଇଥିଲା । ଏଥିସହ ନିର୍ବାଚନ ବେଳେ ଆର୍ଥିକ କାରବାର ସମ୍ପର୍କରେ ସିଧା ସଳଖ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିବାର ବିଭିନ୍ନ ମାଧ୍ୟମ ସମ୍ପର୍କରେ ଅବଗତ କରାଯାଇଥିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details