ଓଡିଶା

odisha

ETV Bharat / state

ମନ୍ଦିର ନିକଟରେ ଖୋଲିବାକୁ ଯାଉଛି ମଦ ଦୋକାନ, ବିରୋଧ କଲେ ମହିଳା - ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ

ମନ୍ଦିର ନିକଟରେ ମଦ ଦୋକାନ ଖୋଲିବାକୁ ନେଇ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ । ଦୋକାନ ସ୍ଥାନାନ୍ତର ପାଇଁ ଦାବି । ଅଧିକ ପଢନ୍ତୁ

Womens protest against liquor shop
Womens protest against liquor shop

By

Published : Apr 27, 2023, 11:02 AM IST

Updated : Apr 27, 2023, 12:35 PM IST

ମଦ ଦୋକାନକୁ ବିରୋଧ

ବାଲେଶ୍ବର: ପ୍ରସ୍ତାବିତ ମଦ ଦୋକାନ ଖୋଲାଯିବାକୁ ନେଇ ମହିଳାଙ୍କ ବିରୋଧ ପ୍ରଦର୍ଶନ । ଖଇରା ବ୍ଲକ ଆଳଦା ସ୍ଥିତ ଶିବ ମନ୍ଦିର ପାଖରେ ମଦ ଦୋକାନ ନଖୋଲିବାକୁ ଓଡିଶା ଜୀବିକା ମିଶନ ଖଇରା ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମଦ ଦୋକାନ ସ୍ଥାନାନ୍ତର ନେଇ ଦାବି କଲେ ଶାଖାର ମହିଳା ମାନେ। ମଦ ଦୋକାନ ହେବାକୁ ଥିବା ସ୍ଥାନରେ ମନ୍ଦିର, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ରହିଛି । ଯଦି ମଦ ଦୋକାନା ହୁଏ ତେବେ ଏହା ଛୋଟପିଲାଙ୍କ ସହ ସମସ୍ତଙ୍କ ଉପରେ ପ୍ରଭାବ ପକାଇବ ବୋଲି ମହିଳା ମାନେ କହିଛନ୍ତି ।

ସୂଚନା ଅନୁଯାୟୀ, ଆଳଦା ସ୍ଥିତ ଶିବ ମନ୍ଦିର ପାଖରେ ଏକ ମଦ ଦୋକାନ ଖୋଲିବା ନେଇ ସ୍ଥିର ହୋଇଛି । କିନ୍ତୁ ଖଇରା ବଜାରରେ ମଦ ଦୋକାନ ସ୍ଥାନାନ୍ତର ଆମର ଦାବି ନାରା ଦେଇ ଗତକାଲି ଓଡିଶା ଜୀବିକା ମିଶନ ଖଇରା ଶାଖା ପକ୍ଷରୁ ମହିଳା ଗୋଷ୍ଠୀ ଏକ ଶୋଭାଯାତ୍ରାରେ ବାହାରି ତୋରାଣି ପଦା ଛକ ନିକଟରେ ପ୍ରତିବାଦ କରିଥିଲେ l ଏହି ମଦ ଦୋକାନ ପାଖରେ ମନ୍ଦିର, ବିଦ୍ୟାଳୟ, ସାଇ ମନ୍ଦିର, ଅଙ୍ଗନବାଡି କେନ୍ଦ୍ର ଥିବାରୁ ଏଠାରେ ମଦ ଦୋକାନ ସ୍ଥାନାନ୍ତର କରିବା ପାଇଁ ମହିଳା ମାନେ ଦାବି କରିଛନ୍ତି । ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ ପୁଷ୍ପଲତା ମହାରଥା ଓ କବିତା ସାହୁ ।

ମଦ ଦୋକାନ ହେବା ଦ୍ୱାରା ସାଧାରଣ ଲୋକଙ୍କ ଜୀବନ ଶୈଳୀରେ ପ୍ରଭାବ ପକାଇବ ବୋଲି ମହିଳା ଗୋଷ୍ଠୀ ଅଭିଯୋଗ କରିଛନ୍ତି । ସେହିପରି ମଦ ଦୋକାନ ହେବା ଦ୍ବାରା ତାହା ଧାର୍ମିକ ବାତାବରଣ ନଷ୍ଟ ହେବାର ମଧ୍ୟ ଆଶଙ୍କା କରାଯାଉଛି । ଅନେକ ସମୟରେ ମଦ କାରଣରୁ ଏକ ଖୁସିର ସଂସାର ଉଜୁଡି ଯାଇଛି । କେତେବେଳେ ନିଶା କାହାର ସିନ୍ଦୁର ପୋଛି ଦେଉଛି ତ ଆଉ କେତେବେଳେ କାହାର ପରିବାର ଉଜୁଡି ଯାଉଛି ମଦ ଯୋଗୁଁ । ଅନ୍ୟପଟେ ଗାଁ ଗାଁରେ ଚୋରାମଦ ବେପାରୀଙ୍କ ସଂଖ୍ୟା ବଢୁଥିବା ବେଳେ ସାଧାରଣ ଲୋକମାନେ ଏଥିପାଇଁ ବଳି ପଡୁଥିବା କହିଛନ୍ତି ମହିଳା ମାନେ ।

ତେବେ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ଚୋରା ନିଶା କାରବାର । ବେପାରୀମାନେ ଚୋରା ତଥା ବିଭିନ୍ନ କେମିକାଲ ମିଶ୍ରଣ ନିଶା କାରବାର କରି ମାଲେମାଲ ହେଉଥିବା ବେଳେ ନିଶା ସେବନ କରୁଥିବା ଲୋକମାନେ ନାନା ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳୁଛି । ଚୋରା ମଦ ବେପାରରେ ରୋକ ଲଗାଇବା ପାଇଁ ଅବକାରୀ ବିଭାଗ ପ୍ରଚେଷ୍ଟା କରୁଥିବା ବେଳେ ଅନେକାଂଶରେ ବେପାରୀମାନେ ଆଖିରେ ଧୂଳି ଦେଇ ସେମାନଙ୍କ ବେପାର ଜୋରସୋର ଚଳାଉଥିବା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Apr 27, 2023, 12:35 PM IST

ABOUT THE AUTHOR

...view details