ଓଡିଶା

odisha

ETV Bharat / state

ମାସ୍କ ବ୍ୟବହାର ସଚେତନତା ଅଭାବ, ମୁହଁରେ ଗାଈର ତୁଣ୍ଡି ବାନ୍ଧିଲେ ମହିଳା - ମୁହଁରେ ଗାଇର ତୁଣ୍ଡି ବାନ୍ଧିଲେ ମହିଳା

ଏବେବି ମାସ୍କ ବ୍ୟବହାରର ଫାଇଦା ଓ କେମିତି ପିନ୍ଧିବେ, ସେ ନେଇ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ସଚେତନ ନ ଥିବା ଏକ ଭାଇରାଲ ଭିଡ଼ିଓରୁ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ମାସ୍କ ବ୍ୟବହାର ସଚେତନତା ଅଭାବ, ମୁହଁରେ ଗାଈର ତୁଣ୍ଡି ବାନ୍ଧିଲେ ମହିଳା
ମାସ୍କ ବ୍ୟବହାର ସଚେତନତା ଅଭାବ, ମୁହଁରେ ଗାଈର ତୁଣ୍ଡି ବାନ୍ଧିଲେ ମହିଳା

By

Published : May 12, 2021, 3:27 PM IST

Updated : May 12, 2021, 5:50 PM IST

ବାଲେଶ୍ବର: କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଗୁରୁତ୍ବ ଦିଆଯାଉଛି। ମାତ୍ର ଏବେବି ମାସ୍କ ବ୍ୟବହାରର ଫାଇଦା ଓ କେମିତି ପିନ୍ଧିବେ ସେ ନେଇ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ସଚେତନ ନଥିବା ଏକ ଭାଇରାଲ ଭିଡ଼ିଓରୁ ଦେଖିବାକୁ ମିଳିଛି ।

ମୁହଁରେ ଗାଇର ତୁଣ୍ଡି ବାନ୍ଧିଲେ ମହିଳା

ଜଣେ ଆଦିବାସୀ ମହିଳା ବଜାର ସଉଦା କିଣିବା ପାଇଁ ଆସିଥିବାବେଳେ ଗାଈର ତୁଣ୍ଡି ନିଜ ମୁହଁରେ ବାନ୍ଧି ଆସିଥିଲେ। ଏହାକୁ ଦେଖି ସ୍ଥାନୀୟ ଲୋକେ ମହିଳାଙ୍କୁ ପଚାରିବାରୁ ସେ କହିଛନ୍ତି ତୁଣ୍ଡି ନ ବାନ୍ଧିଲେ ପୋଲିସ ବାନ୍ଧିନେବ ।

ମହିଳାଙ୍କ କଥାରୁ ଯାହା ଜଣାପଡୁଛି ସେ ମାସ୍କ ବିଷୟରେ ଅଜ୍ଞ ଥିବାବେଳେ ତାଙ୍କ ପାଖରେ ମାସ୍କ ବାବଦକୁ ସଚେତନ ବାର୍ତ୍ତା ପହଞ୍ଚିନାହିଁ। ଅନ୍ୟପଟେ ମାସ୍କ କିଣିବାକୁ ତାଙ୍କ ପାଖରେ ସମ୍ବଳ ନଥିବା ସେ କହୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ଏହି ଭାଇରାଲ ଭିଡ଼ିଓଟି ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ବୁଢ଼ାଗଡ଼ିଆ ଅଞ୍ଚଳର ବୋଲି ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 12, 2021, 5:50 PM IST

ABOUT THE AUTHOR

...view details