ଓଡିଶା

odisha

By

Published : Sep 29, 2019, 11:29 PM IST

ETV Bharat / state

ମଦ ବିରୋଧରେ ଥାନା ଘେରିଲେ 2ଶହ ମହିଳା

ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରେ ମହିଳାମାନେ ମଦ ବିରୋଧୀ ଆନ୍ଦୋଳନ ଜୋରଦାର କରିଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ବେଆଇନ ମଦ ବିକ୍ରି ବନ୍ଦ ଦାବିରେ ଥାନା ଘେରିଲେ ମହିଳା । ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରେ ମହିଳାମାନେ ମଦ ବିରୋଧୀ ଆନ୍ଦୋଳନ ଜୋରଦାର କରିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର
ପାଖାପାଖି 2ଶହରୁ ଉର୍ଦ୍ଧ୍ବ ମହିଳା 2 ଜଣ ଚୋରା ମଦ ବେପାରୀଙ୍କୁ ଧରି ଖନ୍ତାପଡ଼ା ଥାନାରେ ଜିମା ଦେଇଥିବା ଜଣାପଡିଛି ।

ଏହି ଅଞ୍ଚଳରେ ବହୁ ଚୋରା ମଦ ବେପାରି ମୁଣ୍ଡ ଟେକିଥିବା ବେଳେ ପୋଲିସ କିମ୍ବା ଅବକାରୀ ବିଭାଗ ରୋକ ଲଗାଇବାରେ ଅସମର୍ଥ ହୋଇଛନ୍ତି । ଯାହାକୁ ନେଇ ଉତ୍ୟକ୍ତମାନେ ଥାନା ଅଧିକାରୀଙ୍କ ଉପରେ ବର୍ଷିବା ସହ ଥାନା ଘେରିଛନ୍ତି ।

ଆଗକୁ ଦୁର୍ଗାପୂଜା ଥିବାବେଳେ ଚୋରା ମଦ ବେପାରୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢୁଥିବା ମହିଳାମାନେ ଅଭିଯୋଗ ହୋଇଛି । ଗାଁ ଗାଁରେ ମଦ କାରବାର ଚାଲୁଥିବାରୁ ରାସ୍ତାରେ ମଦୁଆଙ୍କ ଉତ୍ପାତ ଯୋଗୁଁ ସାଧାରଣଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଥିବା କୁହାଯାଇଛି ।

ବେଆଇନ ମଦ କାରବାରକୁ ବନ୍ଦ କରିବା ସହ ଅନ୍ୟ ମଦ ବେପାରୀଙ୍କୁ ଗିରଫ କରିବା ଦାବିରେ ମହିଳାମାନେ ଥାନାରେ ବିକ୍ଷୋଭ କରିଥିଲେ । ଯାହାଫଳରେ ଦୀର୍ଘ ସମୟ ଧରି ଥାନା ପରିସରରେ ଉତ୍ତେଜନା ଲାଗି ରହିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details