ବାଲେଶ୍ଵର: ବାଲିଆପାଳ ଥାନା ମହିଳା ସବଇନ୍ସପେକ୍ଟରଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳା ଥାନା ଆଗରେ ଧାରଣା ଦେଇଛନ୍ତି। ଉପଯୁକ୍ତ ନ୍ୟାୟ ନ ମିଳିଲେ ମହିଳା ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।
ସବ-ଇନ୍ସପେକ୍ଟରଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ମହିଳାଙ୍କ ଧାରଣା
ମହିଳା ସବ ଇନ୍ସପେକ୍ଟରଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା ଆଗରେ ମହିଳାଙ୍କ ଧାରଣା । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାରେ ।
ସୂଚନା ଅନୁସାରେ, ଅଦାଲତରେ ବିଚାରଧୀନ ଏକ ଜାଗାରେ ସରପଞ୍ଚ ପେଟ୍ରୋଲ ପମ୍ପ ନିର୍ମାଣ ଆରମ୍ଭ କରିଛନ୍ତି। ଏନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସାୟଦ ସାଦିକ ହୁସେନ । ପରେ କୋର୍ଟ ଉକ୍ତ ଜାଗା ଉପରେ ଚାଲିଥିବା ନିର୍ମାଣ କାମ ଉପରେ ରହିତାଦେଶ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଅଦାଲତଙ୍କ ନିର୍ଦ୍ଦେଶ ବେଖାତିର କରି ସେଠାରେ ପେଟ୍ରୋଲ ପମ୍ପ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ହୁସେନଙ୍କ ଝିଅ ସଦକମ ତବାସୁମ ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ ସେଠାରେ ସବ ଇନିସପେକ୍ଟର ସ୍ବର୍ଣ୍ଣପ୍ରଭା ଜେନା ତବାସୁମଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ତବାସୁମ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଶୁକ୍ରବାର ଥାନା ଆଗରେ ଧାରଣା ଦେଇଥିଲେ। ଅନ୍ୟପଟେ ସବଇନିସପେକ୍ଟର ମଧ୍ୟ ପାଲଟା ଅଭିଯୋଗ ଆଣିଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ