ବାଲେଶ୍ବର: ବାଲିଆପାଳ ଥାନାର ମହିଳା ସବ ଇନ୍ସପେକ୍ଟରଙ୍କ ଦୁର୍ବ୍ୟବହାର ପ୍ରତିବାଦ ଓ ପୈତୃକ ସ୍ଥାନରେ ପେଟ୍ରୋଲ ପମ୍ପ କାର୍ଯ୍ୟ ଆରମ୍ଭକୁ ବିରୋଧ କରି ଜଣେ ମହିଳାଙ୍କ ଧାରଣା । ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳା ପ୍ରଥମେ ବାଲିଆପାଳ ଥାନା ଓ ପରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଗୁନାପୁର ଗ୍ରାମର ଅଦାଲତଙ୍କ ଠାରେ ବିଚାରଧୀନ ଏକ ଜାଗାରେ ସରପଞ୍ଚ ପେଟ୍ରୋଲ ପମ୍ପ ନିର୍ମାଣ ଆରମ୍ଭ କରିଛନ୍ତି । ଅଦାଲତଙ୍କ ଦ୍ବାରସ୍ଥ ହୋଇଥିବା ସାୟଦ ସାଦିକ ହୁସେନ ଉକ୍ତ ଜାଗା ଉପରେ ସ୍ଥିତାବସ୍ଥା ଆଣିଥିଲେ । ମାତ୍ର ଅଦାଲତଙ୍କ ନିର୍ଦ୍ଦେଶ ବେଖାତିର କରି ସେଠାରେ ପେଟ୍ରୋଲ ପମ୍ପ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ହୁସେନଙ୍କ ଝିଅ ସଦକମ ତବାସୁମ ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ ସେଠାରେ ସବ ଇନ୍ସପେକ୍ଟର ସ୍ବର୍ଣ୍ଣପ୍ରଭା ଜେନା ତବାସୁମଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।