ବାଲେଶ୍ବର: ମଦ ବେପାରୀ ବିରୋଧରେ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ । ବାଲେଶ୍ଵର ଜିଲ୍ଲା ଔପଦା ଥାନା ଆଗରେ ମହିଳାମାନେ ମଦ ବେପାରୀ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଆଗୁଆନସାହି ଗ୍ରାମରେ ଚୋରା ମଦ କାରବାର ବଢି ଚାଲିଥିବା ବେଳେ ଏନେଇ ମହିଳାଗୋଷ୍ଠୀ ବିରୋଧ କରିଥିଲେ ।
ପରେ ଗ୍ରାମବାସୀ ଓ ଉକ୍ତ ମଦ ବେପାରି ମଧ୍ୟରେ ମଦ ନବିକିବାକୁ ନେଇ ଆପୋଷ ବୁଝାମଣା ହୋଇଥିଲା । ମାତ୍ର ଉକ୍ତ ମଦ ବେପାରୀ ଜଣଙ୍କ ମହିଳାଙ୍କ ସ୍ବାମୀଙ୍କ ନାଁରେ ମିଛ ଅଭିଯୋଗ କରି ଥାନାରେ ମାମଲା ରୁଜୁ କରିଥିବା ଅଭିଯୋଗରେ ମହିଳାମାନେ ଉତକ୍ଷିପ୍ତ ହୋଇ ଥାନାରେ ପହଞ୍ଚିଥିଲେ ।