ଓଡିଶା

odisha

ETV Bharat / state

ପୋଲିସର ପର୍ଦ୍ଦାଫାସ, ଝିଅକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା ମା - police find the root her mothers involving

ବାଲେଶ୍ଵର ସଦର ଥାନା ଅଧିନ ନଗ୍ରମ ନିକଟ ବେଳନାଳରୁ କ୍ଷତବିକ୍ଷତ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାର ତଦନ୍ତ କରି ସଦର ପୋଲିସ ଏହାର ପର୍ଦ୍ଦାଫାସ କରିଛି । ଅଧିକ ପଢନ୍ତୁ...

ଝିଅକୁ ହତ୍ୟା ପାଇଁ ମା ଦେଇଥିଲା ସୁପାରୀ ; ପୋଲିସ କରିଛି ଖୁଲାସା
ଝିଅକୁ ହତ୍ୟା ପାଇଁ ମା ଦେଇଥିଲା ସୁପାରୀ ; ପୋଲିସ କରିଛି ଖୁଲାସା

By

Published : Jan 17, 2021, 6:28 PM IST

ବାଲେଶ୍ଵର: ବାଲେଶ୍ଵର ସଦର ଥାନା ଅଧିନ ନଗ୍ରମ ନିକଟ ବେଳନାଳରୁ କ୍ଷତବିକ୍ଷତ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାର ତଦନ୍ତ କରି ସଦର ପୋଲିସ ଏହାର ପର୍ଦ୍ଦାଫାସ କରିଛି । ଏଥିରେ ପୋଲିସ ହାତରେ ବାଜିଛି ଭୟାନକ ତଥ୍ୟ । ପରିବାରର ସମ୍ମାନ ରକ୍ଷା କରିବା ପାଇଁ ନିଜ ଝିଅକୁ ହତ୍ୟା କରିବା ପାଇଁ ମା ଦେଇଥିଲା ସୁପାରୀ ।

ପୋଲିସର ପର୍ଦ୍ଦାଫାସ, ଝିଅକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା ମା

ଏଥିପାଇଁ ମା ସୁପାରୀ କିଲରଙ୍କୁ 50 ହଜାର ଟଙ୍କା ଦେବ ବୋଲି କହିଥିଲା । ପ୍ରଥମେ 8 ହଜାର ଟଙ୍କା ଅଗ୍ରୀମ ଦେଇଥିଲା। କାମ ସରିବା ପରେ ବାକି ଟଙ୍କା ଦେବାପାଇଁ କଥାବାର୍ତ୍ତା ହୋଇଥିବା ପୋଲିସ କହିଛି। ଶିବାନୀ ନାୟକଙ୍କୁ ହତ୍ୟା କରିବା ପାଇଁ ମା ବଇନା ଦେଇଥିବା ବେଳେ ପୋଲିସ ମା ଓ ଶିବାନୀଙ୍କ ବନ୍ଧୁଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡ ଘଟଣାରେ ୪ ଜଣଙ୍କ ସଂପୃକ୍ତି ରହିଥିବା ବେଳେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ଶୁକୁରି ନାୟକ ଓ ପ୍ରମୋଦ ଜେନା। ଶିବାନୀଙ୍କ ମାଙ୍କ ଠାରୁ ଅଗ୍ରୀମ ନେବାପରେ ଯୋଜନା ଅନୁସାରେ ମହିଳାଙ୍କୁ ମଦ ପିଆଇ ବନ୍ଧୁ ପ୍ରମୋଦ ଜେନା ଇଟା ରେ ମୁଣ୍ଡ କୁ ଛେଚି ହତ୍ୟା କରିଥିବା ପୋଲିସ ପ୍ରକାଶ କରିଛି। ମୃତ ମହିଳା ଜଣକ ମଦ ବିକ୍ରି କରୁଥିବା ସହ ଅନ୍ୟାନ୍ୟ ଖରାପ କାର୍ଯ୍ୟରେ ସଂପୃକ୍ତ ରହିଥିବାରୁ ପରିବାରର ସମ୍ମାନ ରକ୍ଷା ପାଇଁ ହତ୍ୟା କରାଯାଇଥିବା ପୋଲିସ କହିଛି।

ଗାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details