ଓଡିଶା

odisha

ETV Bharat / state

ଯୌତୁକ ପାଇଁ ନବବଧୂକୁ ବିଷ ପିଆଇ ହତ୍ୟା ଅଭିଯୋଗ - ଯୌତୁକ ପାଇଁ ବଧୁକୁ ବିଷ ପିଆଇ ହତ୍ୟା ଅଭିଯୋଗ

ବାହାଘରକୁ ମାତ୍ର 5 ମାସ । ହେଲେ ଯୌତୁକ ଲାଳସା ଯୋଗୁଁ ବଧୁକୁ ହତ୍ୟା କରିବାକୁ ପଛାଇଲେନି ଶାଶୁଘର ଲୋକେ ।

Woman killed
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Dec 9, 2019, 12:41 PM IST

ବାଲେଶ୍ଵର: ଯୌତୁକ ସାଜିଲା କାଳ । ସିମୁଳିଆ ଥାନା ଅଞ୍ଚଳରେ ବଧୁଙ୍କୁ ହତ୍ୟା ଅଭିଯୋଗ । ଏନେଇ ସିମୁଳିଆ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ପରିବାର ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାନୁସାରେ, ଖଇରାଥାନା ରାମଚନ୍ଦ୍ରପୁର ଗାଁର ଭାଗବତ ଲେଙ୍କାଙ୍କ ଝିଅ ସିମୁଳିଆ ଥାନା ଆନନ୍ଦପୁର ଗାଁର ଶଙ୍କର୍ଷଣ ଲେଙ୍କାଙ୍କ ପୁଅ ସହ ଗତ ଜୁଲାଇ ମାସରେ ବୈଦିକ ରୀତିରେ ବିବାହ ହୋଇଥିଲା । ପୁଅ ଘର ଲୋକଙ୍କ ଦାବି ଅନୁସାରେ ଝିଅ ଘର ପକ୍ଷରୁ ସମସ୍ତ ଯୌତୁକ ଦିଆଯାଇଥିଲା । ବିବାହର କିଛିଦିନ ପରେ ପୁଅ ଘର ପକ୍ଷରୁ ଏକ ମୋଟର ସାଇକେଲ ଦାବି କରି ବଧୁ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ।

ବାହାଘରକୁ ମାତ୍ର 5 ମାସ ହୋଇଥିବା ବେଳେ ଶାଶୁ ଘର ଲୋକ ବିଷ ପିଆଇ ଝିଅକୁ ମାରିଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସିମୁଳିଆ ମେଡିକାଲ ପରିସରରେ କିଛି ସମୟ ଉଭୟ ପରିବାର ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details