ଓଡିଶା

odisha

ETV Bharat / state

ରୋଷେଇ କରୁଥିବା ବେଳେ ନିଆଁ ଲାଗି ଯୁବତୀ ଗୁରୁତର - ବାଲେଶ୍ବରରେ ନିଆଁ ଲାଗି ଯୁବତୀ ଗୁରୁତର

ସ୍ଥାନୀୟ ସୋର ଅଞ୍ଚଳର ଜଣେ ଯୁବତୀ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଗୁରୁତର ହୋଇପଡିଛନ୍ତି।

baleswar woman caught fire, woman caught fire while cooking, baleswar latest news, ବାଲେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ବାଲେଶ୍ବରରେ ନିଆଁ ଲାଗି ଯୁବତୀ ଗୁରୁତର, ରୋଷେଇ ବେଳେ ନିଆଁ ଲାଗି ଯୁବତୀ ଗୁରୁତର
ପ୍ରତୀକାତ୍ମକ ଫଟୋ

By

Published : Dec 14, 2019, 6:35 AM IST

ବାଲେଶ୍ବର: ସ୍ଥାନୀୟ ସୋର ଅଞ୍ଚଳର ଜଣେ ଯୁବତୀ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଗୁରୁତର ହୋଇପଡିଛନ୍ତି। ନଦୀଗାଁ ସାରୁପଦା ଗ୍ରାମର ଈଶ୍ବର ମହାନ୍ତିଙ୍କ ଝିଅ ଚୁଲିରେ ରୋଷେଇ କରୁଥିବା ବେଳେ ତାଙ୍କ ଲୁଗାରେ ନିଆଁ ଲାଗି ଯାଇଥିଲା। ଫଳରେ ଗୁରୁତର ହୋଇ ପଡିଥିଲେ ସମ୍ପୃକ୍ତ ଯୁବତୀ ।

ରୋଷେଇ କରୁଥିବା ବେଳେ ନିଆଁ ଲାଗି ଯୁବତୀ ଗୁରୁତର

ତେବେ ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଯୁବତୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଖବର ଅନୁଯାୟୀ ଯୁବତୀଙ୍କ ଶରୀରର 50 ପ୍ରତିଶତରୁ ଅଧିକ ଅଂଶ ପୋଡିଯାଇଥିବା ଜଣା ପଡିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details