ବାଲେଶ୍ବର: ଏକ ବିଂଶ ଶତାବ୍ଦୀରେ ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ । ଜଣେ ସାପ କାମୁଡା ରୋଗୀଙ୍କୁ ମେଡିକାଲ ଭିତରେ କରାଯାଇଛି ଝଡାଫୁଙ୍କା। ବିଶ୍ବାସ ନହେଲେ ମଧ୍ୟ ସତ । ଝଡାଫୁଙ୍କା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ମେଡିକାଲ ଭିତରେ ସାପ କାମୁଡା ରୋଗୀଙ୍କୁ ଝଡାଫୁଙ୍କା, ଭିଡିଓ ଭାଇରାଲ - snakebite patients at baleswar
କୁଲହାଚଡ଼ ଗ୍ରାମର ଜଣେ ଯୁବକଙ୍କୁ ସାପ କାମୁଡ଼ିବା ପରେ, ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ତେବେ ଡାକ୍ତର ରୋଗୀଙ୍କୁ ଝଡାଫୁଙ୍କା କରିବା ସହ ଅରଖ ଗଛର କ୍ଷୀର ଲଗାଇ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ।
ମେଡିକାଲ ଭିତରେ ସାପ କାମୁଡା ରୋଗୀଙ୍କୁ ଝଡାଫୁଙ୍କା, ଭିଡିଓ ଭାଇରାଲ
ତେବେ ଆଜିର ଏହି ସ୍ମାର୍ଟ ଓ ଡିଜିଟାଲ ଯୁଗରେ ମେଡିକାଲ ଭିତରେ ଚିକିତ୍ସା ପରିବର୍ତ୍ତେ ଏମିତି ଝଡାଫୁଙ୍କା ପଦ୍ଧତିକୁ ସାଧାରଣରେ ନିନ୍ଦା କରାଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ