ବାଲେଶ୍ଵର:ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ନିର୍ଦ୍ଧୁମ ମାରପିଟ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ପରିବାର ଅଦାଲତ ସମ୍ମୁଖରେ । ପରିବାର ଅଦାଲତରେ ଏକ ବିଚାରଧୀନ ମାମଲାର କାଉନସେଲିଂ ପାଇଁ ଆସିଥିବା ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ନିର୍ଦ୍ଧୁମ ମାରପିଟ୍ ଦେଖିବାକୁ ମିଳିଥିଲା । ଉଭୟଙ୍କ ମଧ୍ୟରେ ମାରପିଟ ଏତେ ଜୋର୍ ଥିଲା ଯେ ଶେଷରେ କୋର୍ଟରେ ଥିବା ଓକିଲଙ୍କୁ ଘଟଣାରେ ହସ୍ତକ୍ଷେପ କରି ସମାଧାନ କରିବାକୁ ପଡିଥିଲା ।
ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଛକର ଦେହୁର୍ଦା ଅଞ୍ଚଳର ତଥା ପାଟଣାଗଡ ବ୍ଲକ କୃଷି ଅଧିକାରୀ ଡଃ ସିଦ୍ଧାର୍ଥ ଶଙ୍କର ଜେନା 2015 ମସିହାରେ ସହଦେବ ଖୁଣ୍ଟା ଥାନା ଅଞ୍ଚଳର ଲିତୁଶ୍ରୀ ଜେନାଙ୍କୁ ବିବାହ କରିଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିବା ଯୋଗୁଁ ଉଭୟେ 2018 ପରଠାରୁ ଛାଡପତ୍ର ପାଇଁ ବାଲେଶ୍ବର ପରିବାର ଅଦାଲତରେ ଆବେଦନ କରିଥିଲେ ।