ବାଲେଶ୍ବର: ପୁଣି ଥରେ ଓଡିଶା ସୀମାରେ ଦବଙ୍ଗଗିରି ଦେଖାଇଛି ପଶ୍ଚିମବଙ୍ଗ ପ୍ରଶାସନ । ବାଲେଶ୍ବର ଭୋଗରାଇ ବ୍ଲକକୁ ଲାଗିଥିବା ପଶ୍ଚିମବଙ୍ଗ ସୀମା ଉଲ୍ଲଂଘନ କରି ଓଡିଶା ସୀମାକୁ ଧସେଇ ପଶିଛି ପଶ୍ଚିମବଙ୍ଗ ପ୍ରଶାସନ ।
ଓଡିଶା ସୀମାରେ ପଶ୍ଚିମବଙ୍ଗ ପ୍ରଶାସନର ଦବଙ୍ଗଗିରି
ବାଲେଶ୍ବର ଭୋଗରାଇ ବ୍ଲକକୁ ଲାଗିଥିବା ପଶ୍ଚିମବଙ୍ଗ ସୀମା ଉଲ୍ଲଂଘନ କରି ଓଡିଶା ସୀମାକୁ ଧସେଇ ପଶିଛି ପଶ୍ଚିମବଙ୍ଗ ପ୍ରଶାସନ । ଦୀଘା-ଶଙ୍କରପୁର ଉନ୍ନୟନ କର୍ତ୍ତୃପକ୍ଷ ସହବାଜିପୁର ଗାଁ ନିକଟରେ ଜେସିବି ଲଗାଇ ଗଛ ଉପାଡିବା ସହ ମାଟି ସମତଳ କରିଛି । ଯାହାକୁ ନେଇ ସେଠାରେ ଗଣ୍ଡଗୋଳ ଉପୁଜିଛି । ଅଧିକ ପଢନ୍ତୁ...
ଓଡିଶା ସୀମାରେ ପଶ୍ଚିମବଙ୍ଗ ପ୍ରଶାସନର ଦବଙ୍ଗଗିରି
ଦୀଘା-ଶଙ୍କରପୁର ଉନ୍ନୟନ କର୍ତ୍ତୃପକ୍ଷ ସହବାଜିପୁର ଗାଁ ନିକଟରେ ଜେସିବି ଲଗାଇ ଗଛ ଉପାଡିବା ସହ ମାଟି ସମତଳ କରିଛି । ଯାହାକୁ ନେଇ ସେଠାରେ ଗଣ୍ଡଗୋଳ ଉପୁଜିଛି । ସେପଟେ ଖବର ପାଇ ଘଟଣାସ୍ଥଳରେ ଭୋଗରାଇ ବିଧାୟକ ଅନନ୍ତ ଦାସ ଓ ବ୍ଲକ ପ୍ରଶାସନ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ