ଓଡିଶା

odisha

ETV Bharat / state

ଫେସବୁକ ପ୍ରେମରେ ପଡିଲା ହାତଗଣ୍ଠି

ଫେସବୁକରେ ସମ୍ପର୍କ ବଢିବା ପରେ ଫୋନ ନମ୍ବର ଓ ଦେଖା ସାକ୍ଷାତ । ହେଲେ ଦେଖା କରିବାକୁ ଆସି ସିଧା ବିବାହ ବେଦୀରେ ବସିଛନ୍ତି ପ୍ରେମିକ ଓ ପ୍ରେମିକା । ଏମିତି ଘଟଣା ଘଟିଛି ସୋର ଥାନା ଅଧିନ ମଣିପୁର ପଞ୍ଚାୟତ ଗଲୁଣିଆ ଗ୍ରାମରେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

By

Published : Sep 13, 2019, 5:53 PM IST

ବାଲେଶ୍ବର: ପ୍ରଥମେ ପ୍ରେମ ଆରମ୍ଭ ହେଲା ସୋସିଆଲ ମିଡିଆ ଫେସବୁକରେ । ଫେସବୁକରେ ସମ୍ପର୍କ ବଢିବା ପରେ ଫୋନ ନମ୍ବର ଓ ଦେଖା ସାକ୍ଷାତ । ହେଲେ ଦେଖା କରିବାକୁ ଆସି ସିଧା ବିବାହ ବେଦୀରେ ବସିଛନ୍ତି ପ୍ରେମିକ ଓ ପ୍ରେମିକା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଏମିତି ଘଟଣା ଘଟିଛି ସୋର ଥାନା ଅଧିନ ମଣିପୁର ପଞ୍ଚାୟତ ଗଲୁଣିଆ ଗ୍ରାମରେ । ସେହି ଗାଁର ଝିଅକୁ ବାବୁପାଟଣା ଗାଁର ଜଣେ ପୁଅ ଫେସବୁକ ଜରିଆରେ ପ୍ରେମ କରି ବସିଥିଲା । ଉଭୟଙ୍କ ଭିତରେ ସମ୍ପର୍କ ନିବିଡ଼ ହେବାରୁ ପ୍ରେମିକ ଦେଖା କରିବା ପାଇଁ ପ୍ରେମିକାର ଘରକୁ ଆସିଥିଲା । ଘରେ କେହି ନଥିବାରୁ ଦୁଇଜଣ ଘର ଭିତରେ କବାଟ ବନ୍ଦ କରି ରହିଥିଲେ । ଏତିକି ବେଳେ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିବା ସହ ଉଭୟଙ୍କ ବାହାଘର କରାଇ ଦେଇଥିଲେ।

ଉଭୟ ସାବାଳକ ହୋଇଥିବାରୁ ସେମାନଙ୍କର କୋର୍ଟମ୍ୟାରେଜ କରାଯାଇଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details