ବାଲେଶ୍ବର: ଗାଁରେ ଅଛି ଖଣ୍ଡେ ଡାକ୍ତରଖାନା ହେଲେ ନାହାଁନ୍ତି ଡାକ୍ତର । ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁରରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନରୁ କୌଣସି ଡାକ୍ତରଙ୍କ ନିଯୁକ୍ତି ହୋଇନାହିଁ । ଫଳରେ ଶନିବାର ଉତ୍ତ୍ୟକ୍ତ ଗ୍ରାମବାସୀ ଡାକ୍ତରଖାନାରେ ତାଲା ପକାଇ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।
ଡାକ୍ତରଙ୍କ ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ଧାରଣା
ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁରରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ ।
ଡାକ୍ତରଙ୍କ ନିଯୁକ୍ତି ଦାବିରେ ଧାରଣା ଦେଲେ ଗ୍ରାମବାସୀ
ତେବେ ୧୫ଟି ଗ୍ରାମର ଲୋକମାନେ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବାବେଳେ ଜଣେ ହେଲେବି ସ୍ଥାୟୀ ଡାକ୍ତର ନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି । ଏ ଅସୁବିଧା ସମ୍ପର୍କରେ ବାରମ୍ବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି । ତୁରନ୍ତ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ କାର୍ଯ୍ୟରତ ଏଏନଏମଙ୍କ ବଦଳି ଦାବି କରାଯାଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ