ଓଡିଶା

odisha

ETV Bharat / state

ପାଣି ପାଇଁ ଧାରଣା, ସାମିଲ ହେଲେ ସରପଞ୍ଚ - ପିଇବା ପାଣି

ଜଳ ଯୋଗାଣ ଓ ପରିମଳ ବିଭାଗର ଅବହେଳା ପାଇଁ ଗାଁକୁ ପାଣି ପହଞ୍ଚି ପାରିନାହିଁ । ପାଣି ପାଇଁ ଧାରଣାରେ ବସିଛନ୍ତି ବାଲେଶ୍ବର ଜିଲ୍ଲା କସିପଦା ସରପଞ୍ଚ । ଅଧିକ ପଢନ୍ତୁ...

ପାଣି ପାଇଁ ଧାରଣା
ପାଣି ପାଇଁ ଧାରଣା

By

Published : Jun 11, 2021, 1:50 PM IST

ବାଲେଶ୍ବର: ଜିଲ୍ଲା କସିପଦା ପଞ୍ଚାୟତ ମିରୀଗୀମୁଣ୍ଡିରେ ଜଳ ଯୋଗାଣରେ ଅବ୍ୟବସ୍ଥା । ଆଜି ଯାଏଁ ଗାଁର ପ୍ରତିଟି ଘଟ ଜଳ ଯୋଗାଣକୁ ବଞ୍ଚିତ ଅଛନ୍ତି । ଜଳ ଯୋଗାଣ ଓ ପରିମଳ ବିଭାଗର ଅବହେଳା ପାଇଁ ଗାଁକୁ ପାଣି ପହଞ୍ଚି ପାରିନାହିଁ । ଏହାର ଅଭିଯୋଗ କରି ଧାରଣାରେ ବସିଛନ୍ତି କସିପଦା ସରପଞ୍ଚ ।

ପାଣି ପାଇଁ ଧାରଣା

ସୂଚନାଅନୁଯାୟୀ, ପଞ୍ଚାୟତରେ ଆଜି ଯାଏଁ ଘରକୁ ଘର ଜଳ ଯୋଗାଣ ହୋଇ ନଥିବା ବେଳେ ଏକ ନଳକୂପ ଖୋଲିବା ପାଇଁ ଅନୁମୋଦନ ହୋଇ ପୁଣି ପରବର୍ତ୍ତୀ ସମୟରେ ପ୍ରତ୍ୟାହାର କରିନିଆଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି । ତେବେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଚାପଗ୍ରସ୍ତ ହୋଇ ପଞ୍ଚାୟତବାସୀଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରୁଥିବା ସ୍ଥାନୀୟ ସରପଞ୍ଚ ଅନ୍ତର୍ଯ୍ୟାମୀ ବେହେରା ଅଭିଯୋଗ କରିଛନ୍ତି ।

ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନ ହୋଇଛି,ଗାଁକୁ ପାଣି ନ ପହଞ୍ଚିଛି ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ସରପଞ୍ଚ ଅନ୍ତର୍ଯ୍ୟାମୀ ବେହେରା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ABOUT THE AUTHOR

...view details