ଓଡିଶା

odisha

ETV Bharat / state

ସ୍କୁଲ ବନ୍ଦକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର - ଭିତରବ୍ରହ୍ମତ୍ତର ପ୍ରାଥମିକ ବିଦ୍ୟାଳୟ

ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଇଡିଡା ପଞ୍ଚାୟତର ଭିତରବ୍ରହ୍ମତ୍ତର ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର। ଅଧିକ ପଢନ୍ତୁ...

ସ୍କୁଲ ବନ୍ଦକୁ ଗ୍ରାମବାସୀଙ୍କ ବିରୋଧ
ସ୍କୁଲ ବନ୍ଦକୁ ଗ୍ରାମବାସୀଙ୍କ ବିରୋଧ

By

Published : Feb 5, 2021, 2:12 PM IST

ବାଲେଶ୍ବର: ରାଜ୍ୟରେ 20ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଇଡିଡା ପଞ୍ଚାୟତର ଭିତରବ୍ରହ୍ମତ୍ତର ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ଗ୍ରାମବାସୀ।

ସ୍କୁଲ ବନ୍ଦକୁ ଗ୍ରାମବାସୀଙ୍କ ବିରୋଧ

ଜିଲ୍ଲାରେ 14ହଜାର ସ୍କୁଲକୁ ବନ୍ଦ କରିବା ନିଷ୍ପତ୍ତି ଭିତରେ ଭିତରବ୍ରହ୍ମତ୍ତର ପ୍ରାଥମିକ ବିଦ୍ୟାଳୟ ରହିଛି। ଉକ୍ତ ବିଦ୍ୟାଳୟରେ ପିଲାସଂଖ୍ୟା 20ରୁ କମ ଥିବାରି ଏପରି ନିଷ୍ପତ୍ତି ନିଆ ହୋଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଭିତରବ୍ରହ୍ମତ୍ତରଟି ସମ୍ପୂର୍ଣ୍ଣ ବନ୍ୟାଞ୍ଚଳରେ ଅବସ୍ଥିତ। ବର୍ଷା ଦିନରେ ରାସ୍ତା ବୁଡିଯାଏ।

ସ୍କୁଲକୁ ଯିବାକୁ ପିଲାମାନେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଗାଁଠାରୁ ପାଖରେ ମଧ୍ୟ କିଛି ସ୍କୁଲ ନାହିଁ। ସେ ଗାଁର ଅନେକ ଲୋକ ଖଟିଖିଆ ମଜୁରିଆ । ସେମାନେ ନିଜର ପିଲାଙ୍କୁ ଅନ୍ୟତ୍ର ପଢାଇବା ସମ୍ଭବ ନୁହେଁ। ତେଣୁ ଅହି ସ୍କୁଲକୁ ବନ୍ଦ ନକରିବାକୁ ଦାବି କରିଛନ୍ତି ଗ୍ରାମବାସୀ। ସରକାରଙ୍କର ଏହି ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରିବା ସହିତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details