ଓଡିଶା

odisha

ETV Bharat / state

ମେଳି ହେଲେ ଗାଁ ସାଥି, ଆନ୍ଦୋଳନର ଦେଲେ ଚେତାବନୀ - ଆନ୍ଦୋଳନ

ଗାଁସାଥୀ ମାନଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ । ଗାଁ ସାଥୀମାନଙ୍କୁ କୋଭିଡ ସହାୟତା ଯୋଗାଇ ଦେବା ସହିତ ଆବଶ୍ୟକୀୟ ସୁବିଧା ସୁଯୋଗ ପ୍ରଦାନ ପାଇଁ ଦାବି । ଅଧିକ ପଢନ୍ତୁ...

ମେଳି ହେଲେ ଗାଁ ସାଥି, ଆନ୍ଦୋଳନର ଦେଲେ ଚେତାବନୀ
ମେଳି ହେଲେ ଗାଁ ସାଥି, ଆନ୍ଦୋଳନର ଦେଲେ ଚେତାବନୀ

By

Published : Aug 18, 2021, 12:38 PM IST

ବାଲେଶ୍ବର : ଗାଁସାଥୀ ମାନଙ୍କ ତରଫରୁ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ଵର ଜିଲ୍ଲାରେ ୨୦୦୮ରେ ଶିକ୍ଷାଗତ ଯୋଗ୍ୟତାରେ ଚୟନ ହୋଇ ଏଯାବତ୍ ୩୭୭୦ ଜଣ ଗାଁସାଥୀ (ମେଟ) ନ୍ୟାୟ ଅପେକ୍ଷାରେ ଅଛନ୍ତି।

ମେଳି ହେଲେ ଗାଁ ସାଥି, ଆନ୍ଦୋଳନର ଦେଲେ ଚେତାବନୀ

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗରେ ଗାଁ ସାଥୀ ମାନେ ମନରେଗା ଯୋଜନାରେ ସବୁ ଗାଁରେ ସୁପରଭିଜନ କାର୍ଯ୍ୟ କରିଥାନ୍ତି। ଗାଁ ସାଥୀମାନଙ୍କୁ କୋଭିଡ ସହାୟତା ଯୋଗାଇ ଦେବା ସହିତ ଆବଶ୍ୟକୀୟ ସୁବିଧା ସୁଯୋଗ ପ୍ରଦାନ ପାଇଁ ଦାବି ହୋଇଛି। ଆଗାମୀ ଦିନରେ ଗାଁ ସାଥୀ ମାନଙ୍କୁ ଉଚିତ ନ୍ୟାୟ ନ ମିଳିଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details