ଓଡିଶା

odisha

ETV Bharat / state

ପିଲାଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ବହେ ଛେଚିଲେ ଲୋକେ - ବାଲେଶ୍ଵର ପିଲାଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ମାଡ

ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ପୋଡାଶୁଳ ଅଞ୍ଚଳରେ ଦୁଇ ଜଣଙ୍କୁ ପିଲା ଚୋର ସନ୍ଦେହରେ ସ୍ଥାନୀୟ ଲୋକେ ନିର୍ଧୁମ ମାଡ଼ ମାରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ପିଲାଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ବହେ ଛେଚିଲେ ଲୋକେ
ପିଲାଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ବହେ ଛେଚିଲେ ଲୋକେ

By

Published : Mar 17, 2021, 7:18 PM IST

ବାଲେଶ୍ଵର : ଜିଲ୍ଲା ନୀଳଗିରି ଥାନା ପୋଡାଶୁଳ ଅଞ୍ଚଳରେ ଦୁଇ ଜଣଙ୍କୁ ପିଲା ଚୋର ସନ୍ଦେହରେ ସ୍ଥାନୀୟ ଲୋକେ ନିର୍ଧୁମ ମାଡ଼ ମାରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଉକ୍ତ ଅଞ୍ଚଳରେ ଦୁଇଜଣ ଯୁବକ ଗ୍ୟାସ ସଂଯୋଗୀକରଣ ଯାଞ୍ଚ କରିବା ପାଇଁ ଡିଲର ପଠାଇଥିବା କହିଥିଲେ।

ପିଲାଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ବହେ ଛେଚିଲେ ଲୋକେ

ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ସେମାନଙ୍କ ପରିଚୟପତ୍ର ମାଗିଥିଲେ ମଧ୍ୟ ସେମାନେ ଏହା ଦେଖାଇ ପାରିନଥିଲେ। ଏହାକୁ ନେଇ ସନ୍ଦେହ ଆହୁରି ଘନୀଭୂତ ହୋଇଥିଲା। ଫଳରେ ଲୋକମାନେ ପିଲାଚୋର ସନ୍ଦେହ କରି ଦୁଇଜଣଙ୍କୁ ବହେ ଛେଚିଥିଲେ। ଦୁଇଜଣ ଯୁବକ ଗଣେଶ୍ବର ପାତ୍ର ଓ ସନ୍ତୋଷ ପାତ୍ର ବୋଲି ଜଣାପଡ଼ିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details