ଓଡିଶା

odisha

ETV Bharat / state

ବେଳାଭୂମିରୁ ବେଆଇନ ବାଲିଚାଲାଣକୁ ବିରୋଧ, ଜେସିବି ଅଟକ ରଖିଲେ ଗ୍ରାମବାସୀ

ବାଲେଶ୍ବର ସିଂଲା ଥାନା ଅଧୀନ କଷାଫଳ ସମୁଦ୍ର ବେଳାଭୂମିରୁ ବେଆଇନ ଭାବେ ଗଛକଟା ଓ ବେଆଇନ ବାଲି ଉତ୍ତୋଳନକୁ ନେଇ ଗାଁ ଲୋକେ ବିରୋଧ କରିଛନ୍ତି । ଏହାକୁ ବନ୍ଦ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Oct 1, 2019, 4:17 PM IST

ବାଲେଶ୍ବର: ସିଂଲା ଥାନା ଅଧୀନ କଷାଫଳ ସମୁଦ୍ର ବେଳାଭୂମିରୁ ବେଆଇନ ଭାବେ ଗଛକଟା ଓ ବେଆଇନ ବାଲି ଉତ୍ତୋଳନକୁ ନେଇ ଗାଁରେ ଦେଖାଦେଇଛି ଉତ୍ତେଜନା । ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିବା ଜେସିବି ମେସିନକୁ ଗ୍ରାମବାସୀ ଅଟକ ରଖି କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର


ଅଭିଯୋଗ ଅନୁଯାୟୀ ସିଂଲା ଥାନା ଅଧୀନ କଷାଫଳ ଗ୍ରାମକୁ ଲାଗି ରହିଥିବା ସମୁଦ୍ର ବେଳାଭୂମିରୁ ଗାଁର କିଛି ମୃଷ୍ଟିମେୟ ବ୍ୟକ୍ତି ବେଆଇନ ଭାବରେ ଗଛ କାଟିବା ସହିତ ଦିନରାତି ଜେସିବି ମେସିନ ଲଗାଇ ଟ୍ରାକ୍ଟର ସାହାଯ୍ୟରେ ଶହଶହ ଟ୍ରିପ ବାଲି ଉତ୍ତୋଳନ କରି ବିକ୍ରି କରୁଛନ୍ତି । ଯାହା ଫଳରେ ବେଳାଭୂମିର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଗାଁ ଭିତରକୁ ସମୁଦ୍ର ଜୁଆର ମାଡି ଆସି ବ୍ୟାପକ କ୍ଷୟକ୍ଷତି ହେଉଛି ।


ବାରମ୍ବାର ଏ ବିଷୟରେ ଗାଁ ଲୋକେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଏନେଇ ଗାଁ ଲୋକେ କାଠ ଗଣ୍ତି ଗୁଡିକ ଅଟକ କରିବା ସହ ଜେସିବି ମେସିନକୁ ଅଟକ ରଖିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୋଲିସ, ତହସିଲଦାର ଓ ବନବିଭାଗର କର୍ମଚାରୀ ପହଞ୍ଚି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details