ଓଡିଶା

odisha

ETV Bharat / state

ଅଙ୍ଗନବାଡି କେନ୍ଦ୍ର ସ୍ଥାନାନ୍ତରଣ ନେଇ ଅସନ୍ତୋଷ - ଅଙ୍ଗନବାଡ଼ି କେନ୍ଦ୍ରର ନୂତନ ଗୃହ ନିର୍ମାଣ କାର୍ଯ୍ୟକୁ ବିରୋଧ

ବାଲେଶ୍ଵର ସଦର ବ୍ଲକ ପରିଖୀ ପଞ୍ଚାୟତ ତେଲଗଡ଼ିଆ ମିନି ଅଙ୍ଗନବାଡ଼ି କେନ୍ଦ୍ରର ନୂତନ ଗୃହ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଗ୍ରାମବାସୀ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି। ଅଧିକ ପଢ଼ନ୍ତୁ

ଅଙ୍ଗନବାଡି କେନ୍ଦ୍ର ସ୍ଥାନାନ୍ତରଣ ନେଇ ଅସନ୍ତୋଷ
ଅଙ୍ଗନବାଡି କେନ୍ଦ୍ର ସ୍ଥାନାନ୍ତରଣ ନେଇ ଅସନ୍ତୋଷ

By

Published : Jun 1, 2022, 5:55 PM IST

ବାଲେଶ୍ଵର : ବାଲେଶ୍ଵର ସଦର ବ୍ଲକ ପରିଖୀ ପଞ୍ଚାୟତ ତେଲଗଡ଼ିଆ ମିନି ଅଙ୍ଗନବାଡ଼ି କେନ୍ଦ୍ରର ନୂତନ ଗୃହ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଏନେଇ ଜିଲ୍ଲାପାଳଙ୍କ ନିକଟରେ ପାଖରେ ଫେରାଦ ହୋଇଛନ୍ତି । ସୂଚନା ଅନୁସାରେ, ତେଲଗଡ଼ିଆ ମିନି ଅଙ୍ଗନବାଡ଼ି କେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା । ହେଲେ ଏ ସମ୍ପର୍କରେ କୌଣସି ଗ୍ରାମବାସୀଙ୍କ ମତ ନନେଇ ସମ୍ପୃକ୍ତ ଠିକାଦାର କେନ୍ଦ୍ର ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଅଙ୍ଗନବାଡ଼ି କେନ୍ଦ୍ରର ନୂତନ ଗୃହ ନିର୍ମାଣ କରୁଛନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତାେଷ ଦେଖାଦେଇଛି ।

ଅଙ୍ଗନବାଡି କେନ୍ଦ୍ର ସ୍ଥାନାନ୍ତରଣ ନେଇ ଅସନ୍ତୋଷ

କାରଣ ଉକ୍ତ ସ୍ଥାନ ଠାରୁ ୩ କିଲୋମିଟର ଦୂରରେ ଅଙ୍ଗନବାଡ଼ି କେନ୍ଦ୍ରର ନୂତନ ଗୃହ ନିର୍ମାଣ ହେଲେ କୁନିକୁନି ପିଲା ଓ ଗର୍ଭବତୀମାନେ ଉକ୍ତ କେନ୍ଦ୍ରକୁ ଯିବା ପାଇଁ ନାନା ଅସୁବିଧା ଭୋଗିବେ। କେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ସଠିକ ସ୍ଥାନ ନିରୂପଣ କରାନଯାଇ ମନଇଚ୍ଛା ଗୃହ ନିର୍ମାଣ କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଉଚିତ ତଦନ୍ତ କରାଯାଇ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସଠିକ ସ୍ଥାନରେ ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି ହୋଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details