ଓଡିଶା

odisha

ETV Bharat / state

କୋରୋନା ସଚେତନତା: ଗାଁ ସିଲ କଲେ ଗ୍ରାମବାସୀ - corona awareness

କୋରୋନା ମୁକାବିଲା ପାଇଁ ସଚେତନ ହେଉଛନ୍ତି ଗାଁ ଲୋକ । ଗାଁର ପ୍ରବେଶ ପଥକୁ କରୁଛନ୍ତି ବନ୍ଦ । ଅଧିକ ପଢନ୍ତୁ....

village creating awareness for corona in baleswar
କୋରୋନା ନେଇ ସଚେତନ ହେଉଛନ୍ତି ଗ୍ରାମବାସୀ

By

Published : Mar 27, 2020, 8:03 PM IST

ବାଲେଶ୍ଵର: କୋରୋନା ମୁକାବିଲା ପାଇଁ ସଚେତନ ହେଉଛନ୍ତି ଗାଁ ଲୋକ । ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଗାଁ ମଧ୍ୟକୁ ପ୍ରବେଶ ନିଷେଧ କରାଯାଉଛି । ବସ୍ତା ବ୍ଲକର ବିଭିନ୍ନ ଗାଁ ଦୁଇଦିନ ପୂର୍ବରୁ ସିଲ କରାଯାଇଥିବା ବେଳେ ଶୁକ୍ରବାର ଖଇରା ବ୍ଲକର ଦୁଇଟି ଗାଁର ଯୁବଗୋଷ୍ଠୀ ଗାଁକୁ ପ୍ରବେଶ ନିଷେଧ ପାଇଁ ଗାଁର ପ୍ରବେଶ ଦ୍ୱାର ସିଲ କରିଛନ୍ତି।

କୋରୋନା ନେଇ ସଚେତନ ହେଉଛନ୍ତି ଗ୍ରାମବାସୀ

ବଣପାରିଆ ଓ ଗୋବିନ୍ଦପୁର ପଞ୍ଚାୟତର ନରମା ଗାଁକୁ ଯିବାଆସିବା ପାଇଁ ଗାଁର ପ୍ରବେଶ ଦ୍ୱାରରେ ବାଉଁଶ ପକାଇ ବନ୍ଦ କରିଛନ୍ତି ଯୁବଗୋଷ୍ଠୀ । କୋରୋନାର ସଂକ୍ରମଣ ବିରୋଧରେ ଲଢ଼ିବାକୁ ଗାଁର ଯୁବଗୋଷ୍ଠୀ ପ୍ରସ୍ତୁତ ଥିବା ବେଳେ ଅନ୍ୟ ଲୋକମାନଙ୍କୁ ମଧ୍ୟ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ଦେଖିବାକୁ ମିଳିଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details