ବାଲେଶ୍ବର: ଜିଲ୍ଲାର ଜଳେଶ୍ବର ଥାନାର ପୂର୍ବତନ ତଥା ନିଲମ୍ବିତ ଅଧିକାରୀ ଧନେଶ୍ବର ସାହୁଙ୍କ ସରକାରୀ ବାସଭବନରେ ଗୁରୁବାର ପୁଣି ଭିଜିଲାନ୍ସ ଚଢ଼ାଉ କରିଛି । ଧନେଶ୍ବରଙ୍କ ବ୍ରାଉନସୁଗର ବ୍ୟବସାୟୀଙ୍କ ସହ ଲିଙ୍କ ଥିବା ନେଇ ଏକ ଅଡିଓ ଭାଇରାଲ ହେବାପରେ ଡିଜିଙ୍କ ନିର୍ଦ୍ଦେଶରେ ତାଙ୍କୁ ନିଲମ୍ବନ କରାଯାଇଥିଲା।
ଧନେଶ୍ବରଙ୍କ ବାସଭବନରେ ଭିଜିଲାନ୍ସ ଟିମ ଚଢାଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା । ପୂର୍ବରୁ ଦୁଇ ଥର ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନ ଓ ଜଣେ ଗୃହରକ୍ଷୀଙ୍କ ଘରେ ରେଡ଼ କରିଥିଲା। ସେହିପରି ପୁଣିଥରେ ତୃତୀୟଥର ଭିଜିଲାନ୍ସ ବିଭାଗର ଦୁଇଜଣିଆ ସ୍ବତନ୍ତ୍ର ଟିମ ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ।