ବାଲେଶ୍ବର: ଜିଲ୍ଲାର ଖଇରା ବ୍ଲକରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଭିଜିଲାନ୍ସର 3 ଜଣିଆ ଟିମ୍ ଏହି ଚଢାଉ କରିଛି ।
ଦୁର୍ନୀତି ଅଭିଯୋଗ: ଖଇରା ବ୍ଲକରେ ଭିଜିଲାନ୍ସର 3 ଜଣିଆ ଟିମ୍ - Vigilance raid in khaira block
ଭତ୍ତା ବଣ୍ଟନ ନ କରି ପାଖରେ ରଖିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ପରେ ଖଇରା ବ୍ଲକରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ସୂଚନାନୁସାରେ, ଖଇରା ବ୍ଲକର ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଭତ୍ତା ଆବଣ୍ଟନରେ ଅନିୟମିତତା ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ ହୋଇଥିଲା । ଭତ୍ତା ବଣ୍ଟନ ନକରି ପାଖରେ ରଖିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲା । ଏନେଇ ବାଲେଶ୍ବର ଭିଜିଲାନ୍ସ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ଉକ୍ତ ବ୍ଲକରେ ଚଢାଉ ହୋଇଥିଲା । ପ୍ରଥମେ ଖଇରା ବ୍ଲକ ପରେ ପଞ୍ଚାୟତ ଗୁଡିକରେ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Oct 5, 2019, 9:57 AM IST