ଓଡିଶା

odisha

ETV Bharat / state

ଦୁର୍ଘଟଣା ଘଟାଇ ଫେରାର ଗାଡିରୁ ଚୋରାକାଠ ଜବତ

ନୀଳଗିରି ଅଞ୍ଚଳରେ ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଉଥିବା ଏକ ପିକଅପ ଭ୍ୟାନକୁ ଲୋକ ଧରିବା ପରେ ସେଥିରୁ ଚୋରାକାଠ ଜବତ କରାଯାଇଛି ।

By

Published : Aug 9, 2019, 4:34 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ନୀଳଗିରି ଅଞ୍ଚଳରେ ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଉଥିବା ଏକ ପିକଅପ ଭ୍ୟାନକୁ ଲୋକ ଧରିବା ପରେ ସେଥିରୁ ଚୋରାକାଠ ଜବତ କରାଯାଇଛି । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାଯୋଗ୍ୟ, ଗତ ରାତିରେ ଏକ କାଠ ବୋଝେଇ ପିକଅପ ଭ୍ୟାନ ନୀଳଗିରିରୁ ଜୟପୁର ରାସ୍ତାରେ ଦ୍ରୁତଗତିରେ ଯାଉଥିଲା ବେଳେ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ବାଇକ ଆରୋହୀଙ୍କୁ ଧକ୍କା ଦେବାପରେ ସେଠାରୁ ଫେରାର ହୋଇଯାଇଥିଲା । ଲୋକମାନେ ଗାଡିକୁ ପିଛାକରି ଅଳସୁଆଁ ଗ୍ରାମ ନିକଟସ୍ଥ ବଡ଼ପୋଖରୀ ଠାରେ ଅଟକାଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଯାଇଥିଲା । ନୀଳଗିରି ବନବିଭାଗ ଓ ଖନ୍ତାପଡା ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହ ଆହତ ବାଇକ ଆରୋହୀଙ୍କୁ କ୍ଷତିପୂରଣ ପ୍ରତିଶ୍ରୁତି ଦେଇଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details