ବାଲେଶ୍ଵର:ବାଲେଶ୍ଵର ଉତ୍କଳ ବାଳାଶ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଦ୍ବାରା ଟୀକାକରଣ ସହାୟତା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଟୀକାକରଣ ବୃଦ୍ଧି ଓ ଲୋକଙ୍କ ସହାୟତା ନିମନ୍ତେ "ସେବା ହିଁ ସଂଗଠନ" ଆଧାରରେ ପ୍ରତ୍ୟେକ ଟୀକାକରଣ କେନ୍ଦ୍ରରେ ଏକ ସହାୟତା କେନ୍ଦ୍ର ଖୋଲାଯାଇଛି।
ଟିକା ପାଇଁ ସହାୟତା ଯୋଗାଇବ ଟୀକାକରଣ ସହାୟତା କେନ୍ଦ୍ର - କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ବାଲେଶ୍ଵର ଉତ୍କଳ ବାଳାଶ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଦ୍ବାରା ଟୀକାକରଣ ସହାୟତା କେନ୍ଦ୍ର ଉଦଘାଟିତ । ଅଧିକ ପଢନ୍ତୁ...
ଟିକା ପାଇଁ ସହାୟତା ଯୋଗାଇବ ସହାୟତା କେନ୍ଦ୍ର
ସେହିପରି ବାଳାଶ୍ରମ ଟୀକାକରଣ କେନ୍ଦ୍ର ନିକଟରେ ଏକ ସହାୟତା କେନ୍ଦ୍ରକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦଘାଟନ କରିଛନ୍ତି। ଉକ୍ତ ସହାୟତା କେନ୍ଦ୍ରରୁ ଟିକା ନେବାପାଇଁ ଆସୁଥିବା ଲୋକଙ୍କୁ ସୂଚନା, ପାନୀୟ ଜଳ, ମାସ୍କ ଇତ୍ୟାଦି ଯୋଗାଇ ଦିଆଯିବ। ଏହା ସହ ଏଠାରେ ଦିବ୍ୟାଙ୍ଗଙ୍କୁ ଟୀକା କେନ୍ଦ୍ରରେ ପହଞ୍ଚାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ