ଓଡିଶା

odisha

‘ୟସ’ ବେଳେ ଭିନ୍ନ ଏକ ଚିତ୍ର, କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ

By

Published : Jun 1, 2021, 2:02 PM IST

ବାତ୍ୟା ସମୟରେ ବାଲେଶ୍ବରରୁ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର । ବାତ୍ୟା ପାଇଁ କାମ କରୁଥିବା ବେଳେ ଗଛ ପଡ଼ି ଘର ଭାଙ୍ଗିବା ସହ ଭାଇ ଗୁରୁତର ହୋଇଯାଇଥିଲେ, ତଥାପି କର୍ମକୁ ସମ୍ମାନ ଦେଇ ବାତ୍ୟାରେ କାମ କରି ଚାଲିଥିଲେ ନବ କୁମାର ଦାସ ମହାପାତ୍ର । ଅଧିକ ପଢନ୍ତୁ...

‘ୟସ’ ବେଳେ ଭିନ୍ନ ଏକ ଚିତ୍ର, କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ
‘ୟସ’ ବେଳେ ଭିନ୍ନ ଏକ ଚିତ୍ର, କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ

ବାଲେଶ୍ବର: ବାତ୍ୟା ‘ୟସ’ ସମୟରେ ବହୁ କ୍ଷୟକ୍ଷତିର ଚିତ୍ର ସାମ୍ନାକୁ ଆସିଛି । ଦାଇତ୍ବ ଓ କାର୍ତ୍ତବ୍ୟନିଷ୍ଠ ତଥା ଦୁଃଖଦ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ସେମିତି ଏକ ଉଦାହରଣ ବାଲେଶ୍ବର ଜିଲ୍ଲାରେ ଦେଖିବାକୁ ମିଳିଛି । ବାତ୍ୟା ପାଇଁ କାମ କରୁଥିବା ବେଳେ ଗଛ ପଡ଼ି ଘର ଭାଙ୍ଗିବା ସହ ଭାଇ ଗୁରୁତର ହୋଇଯାଇଥିଲେ, ତଥାପି କର୍ମକୁ ସମ୍ମାନ ଦେଇ ବାତ୍ୟାରେ କାମ କରି ଚାଲିଥିଲେ ସେ ।

‘ୟସ’ ବେଳେ ଭିନ୍ନ ଏକ ଚିତ୍ର, କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଘଣ୍ଟିଆଡ଼ି ଗ୍ରାମରେ। ଗ୍ରାମର ନବକୁମାର ଦାସମହାପାତ୍ରଙ୍କ ସାନପୁଅ ଶିବନାରାୟଣ NDRFରେ 7 ବର୍ଷ ହେବ ଚାକିରୀ କରନ୍ତି। ଗତ 26 ତାରିଖ ବାତ୍ୟା ‘ୟସ’ ଯୋଗୁଁ ଶିବନାରାୟଣ ବାଲେଶ୍ଵରରେ କାର୍ଯ୍ୟରତ ଥିଲେ। ଏହି ସମୟରେ ବାତ୍ୟାର ପ୍ରଭାବରେ ତାଙ୍କ ଘରେ ଗଛପଡି ଘର ଭାଙ୍ଗିବା ସହ ବଡ଼ଭାଇ ରବି ନାରାୟଣ ଗୁରୁତର ହୋଇଥିଲେ। ତଥାପି ଶିବ ନାରାୟଣ ଖବର ପାଇଥିଲେ ମଧ୍ୟ ନିଜ କର୍ତ୍ତବ୍ୟରୁ ଓହରି ନଥିଲେ।

ପରିବାର ଲୋକେ ରବିଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବାତ୍ୟାର କାମ ସାରି ଶିବ ନାରାୟଣ ଭାଇଙ୍କ ପାଖରେ ରହି ତାଙ୍କ ଚିକିତ୍ସା କରାଉଛନ୍ତି। ପରିବାର ଲୋକେ ରବିଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details