ଓଡିଶା

odisha

By

Published : Apr 5, 2020, 5:52 PM IST

ETV Bharat / state

ଲକଡାଉନରେ ନିଆରା ନିଶା, 15 ଘଣ୍ଟାରେ 110 କିମି ଦୌଡି କଲେ ରେକର୍ଡ

ଲକଡାଉନରେ ଘରେ ବସି ନରହି ରେକର୍ଡ କରିବା ନିଶାରେ ସେ ଘରର 15 ଶହ ବର୍ଗ ମିଟର ଭିତରେ 15 ଘଣ୍ଟା ଦୌଡି 110 କିଲୋମିଟର ଅତିକ୍ରମ କରିଛନ୍ତି । ଅଧିକ ପଢନ୍ତୁ...

Unique craze in lockdown, ran 110 kms to set record, balesore latest news, world record in balesore, lockdown effect, ଲକଡାଉନ ପ୍ରଭାବ, ଲକଡାଉନରେ ନିଆରା ନିଶା, ଘରେ 110 କିମି ଦୌଡି ରେକର୍ଡ ସୃଷ୍ଟି, ବାଲେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ବାଲେଶ୍ବରରେ ବିଶ୍ବ ରେକର୍ଡ
ଲକଡାଉନରେ ନିଆରା ନିଶା, 110 କିମି ଦୌଡି କଲେ ରେକର୍ଡ

ବାଲେଶ୍ବର: ଲକଡାଉନରେ ଘରେ ବସି ନରହି କିଛି ନିଆରା କରିଛନ୍ତି ଏହି ରେକର୍ଡ ମ୍ୟାନ । ଘରକୁ ରନିଂ ଗ୍ରାଉଣ୍ଡରେ ପରିଣତ କରି ଘର ଭିତରେ ସେ ଧାଇଁଛନ୍ତି 110 କିଲୋମିଟର । ଯାହାକୁ ନେଇ ସେ ବିଶ୍ବ ରେକର୍ଡ କରିଥିବା ଦାବି କରିଛନ୍ତି । ଏ ହେଉଛନ୍ତି ସେରଗଡ ଗ୍ରାମର ପ୍ରଦୀପ ସେନାପତି ।

ଲକଡାଉନରେ ଘରେ ବସି ନରହି ରେକର୍ଡ କରିବା ନିଶାରେ ସେ ଘରର 15 ଶହ ବର୍ଗ ମିଟର ଭିତରେ 15 ଘଣ୍ଟା ଦୌଡି 110 କିଲୋମିଟର ଅତିକ୍ରମ କରିଛନ୍ତି । ଏନେଇ ଘରେ ଏକ ନିର୍ଦ୍ଦିଷ୍ଟ ଟ୍ରାକ ପ୍ରସ୍ତୁତ କରି ସେ ଦୌଡିଥିଲେ । ତେବେ ଏମିତି ଦୌଡି ସେ ବିଶ୍ବ ରେକର୍ଡ କରିଥିବା ଦାବି କରିଛନ୍ତି ।

ଲକଡାଉନରେ ନିଆରା ନିଶା, 110 କିମି ଦୌଡି କଲେ ରେକର୍ଡ

ଏପରି କରି ସେ ସମସ୍ତଙ୍କୁ ବାର୍ତ୍ତା ଦେଇଛନ୍ତି କି ଲକଡାଉନର ଅର୍ଥ ନୁହେଁ କି ଆପଣ ବନ୍ଦୀ, ଏହାର ଅର୍ଥ କି ବ୍ୟସ୍ତତମ ଜୀବନ ଭିତରେ ନିଜର ମନ ପସନ୍ଦର କାମ କରିବାକୁ ଆପଣଙ୍କୁ ସମୟ ମିଳିଛି । ଏହାର ଲାଭ ସମସ୍ତେ ଉଠାଇବା ଦରକାର ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details