ଓଡିଶା

odisha

ETV Bharat / state

‘ପରୀ’ ହତ୍ୟା ମାମଲା; ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ - ସିବିଆଇ ତଦନ୍ତ ଦାବି

'ପରୀ ହତ୍ୟା' ମାମଲାରେ ରାଜ୍ୟ ସରକାରଙ୍କ ଏସଆଇଟି ତଦନ୍ତକାରୀ ସଂସ୍ଥା ଉପରେ ଭରସା ନଥିବାରୁ ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।

ସରକାରଙ୍କ ଉପରେ ବର୍ଷିଲେ ପ୍ରତାପ
ସରକାରଙ୍କ ଉପରେ ବର୍ଷିଲେ ପ୍ରତାପ

By

Published : Dec 3, 2020, 6:16 PM IST

ବାଲେଶ୍ବର:ନୟାଗଡ଼ର କୁନି ଝିଅ 'ପରୀ ହତ୍ୟା' ମାମଲାରେ ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ପ୍ରତିକ୍ରିୟା । ଏନେଇ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ବର୍ଷିଲେ ପ୍ରତାପ ଷଡଙ୍ଗୀ

ଏହି ମାମଲାରେ ରାଜ୍ୟ ସରକାରଙ୍କ ଏସଆଇଟି ତଦନ୍ତକାରୀ ସଂସ୍ଥା ଉପରେ ଭରସା ନଥିବାରୁ ସେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ଏକ ଭାଇରାଲ ଅଡିଓରେ କୃଷିମନ୍ତ୍ରୀ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ପ୍ରତାପ ତାଙ୍କର ବହିଷ୍କାର ଦାବି କରିବା ସହ ରାଜ୍ୟ ସରକାରଙ୍କ ସ୍ବଚ୍ଛତା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁଠି ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଉ ନାହିଁ, ସେଠାରେ ବିଜେଡି କ୍ଷମତାରେ ରହିବାର ଅଧିକାର ନାହିଁ । ଏହାସହିତ କଂଗ୍ରେସ ଓ ବିଜେଡି ସଲାସୁତୁରା ଭିତରେ ରାଜ୍ୟ ଶାସନ ଚାଲୁଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details