ବାଲେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏହି କ୍ରମରେ ବାଲେଶ୍ବର ଜିଲ୍ଲାର ପ୍ରମୁଖ ନଦୀ ଗୁଡିକ ବର୍ଷା ପାଣିରେ ଫୁଲି ଯାଇଛି । ଯଦ୍ବାରା ତଳିଆ ଅଞ୍ଚଳ ଗୁଡିକରେ ବନ୍ୟା ସ୍ଥିତି ଉପୁଜିଛି । ଏନେଇ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ଲୋକଙ୍କ ପରିସ୍ଥିତି କଥା ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ।
ବାଲେଶ୍ବର ବନ୍ୟାଞ୍ଚଳର ସ୍ଥିତି ପରଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ - balasore news
ବାଲେଶ୍ବର ଜିଲ୍ଲାର ପ୍ରମୁଖ ନଦୀ ଗୁଡିକ ବର୍ଷା ପାଣିରେ ଫୁଲି ଯାଇଛି । ଯଦ୍ବାରା ତଳିଆ ଅଞ୍ଚଳ ଗୁଡିକରେ ବନ୍ୟା ସ୍ଥିତି ଉପୁଜିଛି । ଏନେଇ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ଲୋକଙ୍କ ପରିସ୍ଥିତି କଥା ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ଅଧିକ ପଢନ୍ତୁ...
ବାଲେଶ୍ବର ବନ୍ୟାଞ୍ଚଳର ସ୍ଥିତି ପରଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ
ସଦର ବ୍ଲକ, ରେମୁଣା, ଜଳେଶ୍ବର, ବାଲିଆପାଳ, ବସ୍ତା ଆଦି ଅଞ୍ଚଳ ପରିଦର୍ଶନ କରି ଲୋକଙ୍କୁ ତୁରନ୍ତ ରିଲିଫ ଓ ପଲିଥିନ ଯୋଗାଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ଅନେକ ସ୍ଥାନରେ ଲୋକମାନେ ରିଲିଫ ପାଇନଥିବା ତାଙ୍କୁ ଅଭିଯୋଗ କରିଥିଲେ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ କହିଛନ୍ତି ଯେ, ବନ୍ୟା ଯୋଗୁଁ ଚାଷ ଜମି ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ହୋଇଛି । ଏନେଇ ସେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ