ଓଡିଶା

odisha

ETV Bharat / state

ସଂସ୍କୃତ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ - ବାଲେଶ୍ବରରେ ସଂସ୍କୃତ ସମ୍ମିଳନୀ

ବାଲେଶ୍ବର ଗାନ୍ଧିସ୍ମୃତି ଭବନରେ ରାଜ୍ୟ ସ୍ତରୀୟ ସଂସ୍କୃତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସଂସ୍କୃତ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

By

Published : Oct 20, 2019, 5:48 PM IST

ବାଲେଶ୍ବର: ସହରର ଗାନ୍ଧିସ୍ମୃତି ଭବନରେ ରାଜ୍ୟ ସ୍ତରୀୟ ସଂସ୍କୃତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟସ୍ତରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଓ ଅଖିଳଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନର ମିଳିତ ସହଯୋଗରେ ଆୟୋଜିତ ହୋଇଛି ଏହି ସମ୍ମିଳନୀ ।

ସଂସ୍କୃତ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ସବୁ ଭାଷା ଠାରୁ ମଧୁର ଓ କଷ୍ଟ ଭାଷା ହେଉଛି ସଂସ୍କୃତ, ଯାହାର ସାଧନା ବିନା ମୁଖରୁ ନିସୃତ ହେବା କଷ୍ଟ ବୋଲି ମନ୍ତ୍ରୀ କହିଥିଲେ। କେନ୍ଦ୍ରମନ୍ତ୍ରୀ ନିଜର ସମ୍ପୂର୍ଣ୍ଣ ବକ୍ତବ୍ୟ ସଂସ୍କୃତରେ ଦେଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ଳୋକ ମାଧ୍ୟମରେ ମଞ୍ଚକୁ ପାଛୋଟି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମୁସଲମାନ ସଂସ୍କୃତ ବିଦ୍ବାନ ପଣ୍ଡିତ ଗୁଲାମ ଦସ୍ତଗିରି ଉଦଘାଟନ କରିଥିଲେ।

ମୁଖ୍ୟବକ୍ତା ଭାବେ କିସ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା, ପୁରୀ ସହ ଜିଲ୍ଲାପାଳ ଜ୍ୟୋତ୍ସ୍ନା ରାଣୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଦିବଶବ୍ୟାପୀ କାର୍ଯ୍ୟକ୍ରମକୁ କୁମାର ଚନ୍ଦ୍ର ମିଶ୍ର ଓ ସୁଧାଂଶୁ ଶେଖର ପଣ୍ଡା ପାରିଚାଳନା କରିଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details