ବାଲେଶ୍ଵର : ନବ ନିଯୁକ୍ତ ବିଜୁ ଯୁବ ଜନତା ଦଳର ବାଲେଶ୍ଵର ଜିଲ୍ଲା ସଭାପତି ଓ ରାଜ୍ୟ ସାଧାରଣ ସମ୍ପାଦକ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ କରାଇଛନ୍ତି । ଏକ ଘରୋଇ ହୋଟେଲରେ ଆୟୋଜିତ ଯୁବ ସମ୍ମିଳନୀରେ ଦୁଇ ଯୁବ ନେତା ନିଜର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ।
ଜିଲ୍ଲା ସଭାପତି ତାପସ ପରିଡ଼ା ଯୁବକ, ଯୁବତୀ ମାନଙ୍କ ପାଇଁ ରୋଜଗାରର ମାଧ୍ୟମ ସାଜିବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ ।