ଓଡିଶା

odisha

ETV Bharat / state

ଗୋଧୋଇବାକୁ ଯାଇ ବୁଡ଼ିଗଲେ 2 ଭଉଣୀ

ମାମୁୁଁ ଘର ପୋଖରୀରେ ବୁଡ଼ିଗଲେ ଭାଣେଜୀ ଓ ସମ୍ପର୍କୀୟ ଭଉଣୀ ।

By

Published : Jun 22, 2019, 9:44 PM IST

ବାଲେଶ୍ବର: ଜିଲ୍ଲାର ବସ୍ତା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା । 2 ସମ୍ପର୍କୀୟ ଭଉଣୀ ପୋଖରିରେ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ବସ୍ତା ଥାନା ଆଳୁଚରା ଗ୍ରାମର ଶିବପ୍ରସାଦ ଜେନାଙ୍କ ଝିଅ ମାମା ବଗଚରା ଗ୍ରାମର ନିଜ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ । ସେଠାରେ ମାମୁଁ ଅନୁଗୁଳ ପରମାଣିକଙ୍କ ଝିଅ ବର୍ଷାଙ୍କ ସହ ପାଖ ପୋଖରୀକୁ ଉଭୟ ଭଉଣୀ ଗାଧୋଇବା ପାଇଁ ଯାଇଥିଲେ । ପୋଖରୀରେ ଉଭୟେ ଗାଧୋଉଥିବା ବେଳେ ସେମାନଙ୍କ ଗୋଡ଼ ଖସି ଯାଇଥିଲା । ଫଳରେ ଦୁଇ ଭଉଣୀ ବୁଡ଼ିଯାଇଥିଲେ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲେ କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details