ବାଲେଶ୍ବର: କୋରୋନା ସଂକ୍ରମଣର ମୁକାବିଲା ପାଇଁ ବାଲେଶ୍ଵର ଜିଲ୍ଲାରେ ଲକଡାଉନ ଘୋଷଣା କରାଯାଇଛି । ସରକାରଙ୍କ ଏହି ଗାଇଡଲାଇନକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ 2 ଜଣ ଦୋକାନୀଙ୍କୁ ଗିରଫ କରିଛି ପୋଲିସ ।
ତେବେ ବାଲେଶ୍ବର ଟାଉନ ଥାନା ଅଧିନ ମୋତିଗଞ୍ଜ ବଜାରରେ ଥିବା ସୁଭଦ୍ରା କସମେଟିକସ ଦୋକାନ ମଙ୍ଗଳବାର ଖୋଲା ରହିଥିଲା । ସରକାରୀ ନିର୍ଦ୍ଦେଶ ଅମାନ୍ୟ କରିବା ଅଭିଯୋଗରେ ପୋଲିସ ଦୋକାନୀ ରବୀନ୍ଦ୍ର ସେଠୀଙ୍କୁ ଗିରଫ କରିଛି । ତାଙ୍କ ବିରୁଦ୍ଧରେ ବାଲେଶ୍ବର ଟାଉନ ଥାନାରେ ଆଇପିସିର ଧାରା ୧୮୮/୨୬୯/୩୩୬ ଅନୁଯାୟୀ ମାମଲା ରୁଜୁ ହୋଇଛି ।