ଓଡିଶା

odisha

By

Published : Jun 24, 2019, 7:39 PM IST

Updated : Jun 24, 2019, 8:09 PM IST

ETV Bharat / state

ଗହଣା ଲୁଟ୍ କରି ଧରାପଡିଲେ 2 ଲୁଟେରା

ଗହଣା ଲୁଟ୍ କରି ଖସି ପଳାଉଥିବାବେଳେ ଧରାପଡିଲେ ଦୁଇ ଲୁଟେରା । ବାଲେଶ୍ବର ବାଲିଆପାଳ ଥାନା କାଳିପଦା ବଜାରରେ ଗହଣା ଦୋକାନୀକୁ ଲୁଟ କରୁଥିବାବେଳେ ସ୍ଥାନୀୟ ଲୋକେ ଦୁଇ ଲୁଟେରାଙ୍କୁ ଧରିଛନ୍ତି ୲

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଗହଣା ଲୁଟ୍ କରି ଚମ୍ପଟ ମାରୁଥିବାବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡିଲେ ଦୁଇ ଲୁଟେରା । ଗତ ରବିବାର ରାତି 10ଟାରେ ବାଲିଆପାଳ ଥାନା କାଳିପଦା ବଜାରରେ ଗହଣା ଦୋକାନୀକୁ ଲୁଟ କରୁଥିବାବେଳେ ସ୍ଥାନୀୟ ଲୋକେ ଦୁଇ ଲୁଟେରାଙ୍କୁ ଧରିଛନ୍ତି ୲

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର


ସୂଚନା ଅନୁଯାୟୀ, ଗତ ରବିବାର ରାତିରେ ପ୍ରଫୁଲ୍ଲ କାମିଳା କାଳିପଦା ବଜାରରେ ଥିବା ଗହଣା ଦୋକାନ ବନ୍ଦ କରି ଦୋକାନରେ ଚାବି ପକାଉଥିବାବେଳେ ପାଖରେ ରଖିଥିବା ଗହଣା ଭର୍ତ୍ତି ଆଟାଜକୁ ଦୁଇ ଜଣ ଲୁଟେରା ଝାମ୍ପି ନେଇଥିଲେ ।

ଏହାଦେଖି ବଜାରରେ ଥିବା ଅନ୍ୟ ଦୋକାନୀ ଓ ଲୋକେ ଲୁଟେରାଙ୍କୁ କାବୁ କରିଥିଲେ । ଲୁଟେରାଙ୍କୁ ଧରିବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ମାଡ ମାରିବା ସହ ଦଉଡିରେ ବାନ୍ଧି ପୋଲିସକୁ ହସ୍ତାନ୍ତର କରିଥିଲେ । ଏଥିସହ ଲୁଟେରାଙ୍କ ଠାରୁ ଗହଣା ଭର୍ତ୍ତି ଆଟାଜକୁ ଆଣିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 24, 2019, 8:09 PM IST

ABOUT THE AUTHOR

...view details