ବାଲେଶ୍ଵର: ସ୍ଥାନୀୟ ସହଦେଵଖୁଣ୍ଟା ପୋଲିସ 2 ଜଣ କୁଖ୍ୟାତ ଡ଼କାୟତଙ୍କୁ ଗିରଫ କରିଛି । ସେମାନେ ରାଜପଥରେ ଡକାୟତି ନେଇ ଯୋଜନା କରୁଥିବା ବେଳେ ପୋଲିସ ଗିରଫ କରିଛି ।
ବିଶେଷ ସୂତ୍ରରୁ ପୋଲିସ ଖବର ପାଇ 2 କୁଖ୍ୟାତ ଡ଼କାୟତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ 2ଟି ବନ୍ଧୁକ, 2ଟି ଅଫୁଟା ଗୁଳି, 18ଶହ ଟଙ୍କା ଜବତ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ସେକ ମାମୁଦ ଓ ରିଣ୍ଟୁ ତରେଇ ।