ବାଲେଶ୍ବର: ଜିଲ୍ଲା ସୋର ଥାନା ବାଗୁଡି ଅଞ୍ଚଳରେ ବେଆଇନ ପଥର ବୋଝେଇ ଟ୍ରକ ଯାତାୟାତ ଯୋଗୁଁ ରାସ୍ତା କଡରେ ଥିବା ଦୋକାନୀମାନେ ଦୁର୍ଦ୍ଦଶା ଭୋଗୁଥିବା ଦେଖିବାକୁ ମିଳିଛି। ବାଗୁଡି ପାହାଡ଼ରୁ ପ୍ରତିଦିନ ଶହଶହ ପଥର ବୋଝେଇ ଟ୍ରକ ଯିବାଆସିବା କରୁଥିବା ଅଭିଯୋଗ ହୋଇଛି।
ବେଆଇନ ପଥର ବୋଝେଇ ଟ୍ରକ ପାଇଁ ଦୋକାନୀ ହିନସ୍ତା - ଟ୍ରକ ପାଇଁ ହନ୍ତସନ୍ତ ଦୋକାନୀ
ସୋର ଥାନା ବାଗୁଡି ଅଞ୍ଚଳରେ ବେଆଇନ ପଥର ବୋଝେଇ ଟ୍ରକ ଯାତାୟାତ ଯୋଗୁଁ ରାସ୍ତା କଡରେ ଥିବା ଦୋକାନୀମାନେ ଦୁର୍ଦ୍ଦଶା ଭୋଗୁଥିବା ଦେଖିବାକୁ ମିଳିଛି।
ବେଆଇନ ପଥର ବୋଝେଇ ଟ୍ରକ ପାଇଁ ଦୋକାନୀ ହୀନସ୍ତା
ଟ୍ରକ ଯିବା ଆସିବା ଦ୍ୱାରା ରାସ୍ତାରେ ପ୍ରାୟ 1 କିଲୋମିଟର ଯାଏ ବଡ଼ବଡ଼ ଗାତ ସୃଷ୍ଟି ହୋଇଛି। ଯାହାଦ୍ୱାରା ଅନେକ ସମୟରେ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟୁଛି। ଏହା ସହ ରାସ୍ତା କଡରେ ଥିବା ଦୋକାନିମାନଙ୍କ ଘର ଭିତରକୁ ପାଣି ପଶିଯାଉଥିବା ଅଭିଯୋଗ ହୋଇଛି। ଏ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Jun 30, 2020, 1:27 PM IST