ଓଡିଶା

odisha

By

Published : Jun 28, 2021, 10:45 PM IST

ETV Bharat / state

ବାଇକକୁ ଧକ୍କା ଦେଲା ଟ୍ରକ: ମା-ଝିଅ ମୃତ, ବାପା-ପୁଅ ଗୁରୁତର

ବାଲେଶ୍ବର 60 ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ମାଆ ଝିଅଙ୍କର ମୃତ୍ୟୁ ଘଟିଥିବା ବେଳେ ବାପା-ପୁଅ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ବାଇକକୁ ଧକ୍କା ଦେଲା ଟ୍ରକ; ମା-ଝିଅ ମୃତ, ବାପା-ପୁଅ ଗୁରୁତର
ବାଇକକୁ ଧକ୍କା ଦେଲା ଟ୍ରକ; ମା-ଝିଅ ମୃତ, ବାପା-ପୁଅ ଗୁରୁତର

ବାଲେଶ୍ବର:ଜିଲ୍ଲାର ୬୦ ନମ୍ବର ଜାତୀୟ ରାଜପଥ ନିଧିପଣ୍ଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ମା' ଝିଅଙ୍କର ମୃତ୍ୟୁ ଘଟିଥିବାବେଳେ ବାପା ଓ ପୁଅ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବାଇକକୁ ଧକ୍କା ଦେଲା ଟ୍ରକ; ମା-ଝିଅ ମୃତ, ବାପା-ପୁଅ ଗୁରୁତର

ବାଲେଶ୍ଵର ସହର ଟୁଲଙ୍ଗ ସାହିର ଦେବଦତ୍ତ ମହାପାତ୍ର ଶ୍ବଶୁର ଘର ରୂପସାକୁ ଯାଇ ପରିବାର ସହ ବାଇକରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସେମାନେ ଫେରିବା ସମୟରେ ବାଇକକୁ ଏକ ମାଲବାହୀ ଟ୍ରକ ଧକ୍କା ଦେଇଥିଲା । ଫଳରେ ଦେବଦତ୍ତ ଓ ତାଙ୍କ ପୁଅ ଗୁରୁତର ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଓ ଝିଅଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ମୃତକମାନେ ହେଲେ ରେଣୁକା ମହାପାତ୍ର ଓ ହିମାଂଶି ମହାପାତ୍ର । ଗୁରୁତର ଦେବ ଦତ୍ତ ମହାପାତ୍ର ଓ ତାଙ୍କ ପୁଅ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details