ଓଡିଶା

odisha

ETV Bharat / state

ଚଳନ୍ତା ଟ୍ରକରୁ ବାହାରି ଗଲା ଚକ, ଡ୍ରାଇଭର ଫେରାର - ଚଳନ୍ତା ଟ୍ରକରୁ ବାହାରି ଗଲା ଚକ

ସୋରରେ ଅଘଟଣ। ଚଳନ୍ତା ଟ୍ରକରୁ ବାହାରି ଗଲା ଚକ । ଅଧିକ ପଢନ୍ତୁ...

truck accident in baleswar
ଚଳନ୍ତା ଟ୍ରକରୁ ବାହାରି ଗଲା ଚକ

By

Published : Feb 16, 2020, 7:58 PM IST

ବାଲେଶ୍ଵର:ବାଲେଶ୍ଵର ଜିଲ୍ଲା ସୋରରେ ଘଟିଛି ଅଘଟଣ। ଚଳନ୍ତା ଟ୍ରକର ଦୁଇଟି ଆଗ ଚକ ଖସି ଯିବାରୁ ଟ୍ରକଟି ଓଲଟି ପଡିଛି। ହେଲେ, ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଏକ ବାଲି ବୋଝେଇ ଟ୍ରକ 16 ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ସୋର ଓଭର ବ୍ରିଜ ନିକଟରେ ହଠାତ ଟ୍ରକର ଦୁଇଟି ଆଗ ଚକ ବାହାରି ଯାଇଥିଲା।

ଚଳନ୍ତା ଟ୍ରକରୁ ବାହାରି ଗଲା ଚକ

ଫଳରେ ଟ୍ରକଟି ରାସ୍ତା ଉପରେ ଓଲଟି ପଡିଥିଲା। ଫଳରେ କିଛି ସମୟ ଜାତୀୟ ରାଜପଥ ଜାମ ହୋଇଯାଇଥିଲା। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details