ବାଲେଶ୍ଵର: ବାଲେଶ୍ବର ସହର ସମେତ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଛି । ଏହି ଶୋଭାଯାତ୍ରା ବିଭିନ୍ନ ଯୁବ ସଂଗଠନ ପକ୍ଷରୁ ଆୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ଯୁବକ ଭାଗ ନେଇଥିଲେ ।
ବାଲେଶ୍ୱରରେ ତ୍ରିରଙ୍ଗା ଶୋଭାଯାତ୍ରା - ଗାନ୍ଧି ସ୍ମୃତି ଭବନ
ବାଲେଶ୍ବରର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ସହରରେ ଗାନ୍ଧି ସ୍ମୃତି ଭବନରୁ ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା। ସେହିପରି ନୀଳଗିରିର ସ୍ଵର୍ଣ୍ଣଚୂଡ ମଣ୍ଡଳ ଯୁବକ ସଂଘ ତରଫରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ମିତ୍ରପୁର ରାମମନ୍ଦିର ପାଖରୁ ଆରମ୍ଭ ହୋଇ ନୀଳଗିରି ସହର ପରିକ୍ରମା କରିବା ସହ ମିତ୍ରପୁରର ଜଗନ୍ନାଥ ମନ୍ଦିର ଠାରେ ସମାପନ ହୋଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ