ଓଡିଶା

odisha

ସାନ୍ତାଳୀ ଭାଷାରେ ଅଙ୍ଗନବାଡି କେନ୍ଦ୍ର ଓ ଶିକ୍ଷୟିତ୍ରୀ ନିଯୁକ୍ତି ଦାବି

ସାନ୍ତାଳୀ ଭାଷାରେ ଅଙ୍ଗନବାଡି କେନ୍ଦ୍ର ଓ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ଉଠିଲା ଦାବି (Demand for opening of Sanatali Anganwadi Centre) । ଏନେଇ ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଘ ବାଲେଶ୍ବର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

By

Published : Dec 29, 2022, 10:44 PM IST

Published : Dec 29, 2022, 10:44 PM IST

Sanatali Anganwadi Centre
Sanatali Anganwadi Centre

ସାନ୍ତାଳୀ ଭାଷାରେ ଅଙ୍ଗନବାଡି କେନ୍ଦ୍ର ଓ ଶିକ୍ଷୟିତ୍ରୀ ନିଯୁକ୍ତି ଦାବି

ବାଲେଶ୍ବର: ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଘ ଓଡିଶାର ବାଲେଶ୍ବର ଶାଖା ପକ୍ଷରୁ ସ୍ବତନ୍ତ୍ର ଶିଶୁ ସାନ୍ତାଳୀ ଅଙ୍ଗନୱାଡି କେନ୍ଦ୍ର (Demand for opening of Sanatali Anganwadi Centre) ଖୋଲିବା ପାଇଁ ଦାବି ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଜି ବାଲେଶ୍ବର ଜିଲ୍ଲାପାଳ (Balasore District Collector)ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସାନ୍ତାଳୀ ଭାଷା ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ୧୯୨୫ ମସିହାରେ 'ସାନ୍ତାଳୀ ଭାଷା ଅଲଚିକି' ବାହାର କରି ବହୁବାର ଆନ୍ଦୋଳନ କରିଥିଲେ । ଫଳରେ ଗତ ୨୦୦୩ ଡିସେମ୍ବର ୨୨ ତାରିଖରେ ଭାରତ ସମ୍ବିଧାନର ଅଷ୍ଟମ ସୂଚୀରେ ମାନ୍ୟତା ପାଇଥିଲା । ଏବେ ସାନ୍ତାଳୀ ଭାଷାରେ ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଯେମିତି ସ୍ବତନ୍ତ୍ର ସାନ୍ତାଳୀ ଭାଷାରେ ଅଙ୍ଗନୱାଡ଼ି ଚାଲୁଛି ସେହିଭଳି ବାଲେଶ୍ବର ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳ ଗୁଡିକରେ ଏଭଳି ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ଦାବି ହୋଇଛି ।

ଏହା ବି ପଢନ୍ତୁ- ଦିବ୍ୟାଙ୍ଗଙ୍କ ଗିରଫ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଓଡିଶା ସରକାର ପକ୍ଷରୁ ଏଭଳି ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା କରି ସାନ୍ତାଳୀ ଶିକ୍ଷୟିତ୍ରୀ ନିଯୁକ୍ତି କଲେ ଆଦିବାସୀ(ସାନ୍ତାଳ)ସଂମ୍ପ୍ରଦାୟ ମାନଙ୍କର ଶିକ୍ଷା ଓ ସାଂସ୍କୃତିକର ବିକାଶ ହୋଇପାରିବ ବୋଲି ସଂଘର ସଭାପତି ବିଲୁ ମୁର୍ମୁ କହିଛନ୍ତି । ସାନ୍ତାଳୀ ମାତୃଭାଷାରେ ପ୍ରାରମ୍ଭିକ ଶିକ୍ଷାଦାନ ପ୍ରଦାନ କରାଗଲେ ସାନ୍ତାଳୀ ପିଲାମାନେ ସେମାନଙ୍କ ଭବିଷ୍ୟତରେ ଆଗକୁ ବଢି ପାରିବା ନେଇ ମତ ଦେଇଛନ୍ତି । ଅଙ୍ଗନୱାଡି ଯେହେତୁ ପ୍ରତି ପିଲାଙ୍କ ପ୍ରାରମ୍ଭ ଶିକ୍ଷା ଏଥିପାଇଁ ସରକାରୀ ସ୍ତରରେ ଦୃଷ୍ଟିଦେବା ଆବଶ୍ୟକ ବୋଲି ବିଲୁ କହିଛନ୍ତି । ଏଥିପାଇଁ ବାଲେଶ୍ଵର ଜିଲ୍ଲାର ଔପଦା, ନୀଳଗିରି, ରେମୁଣା ଭଳି ବିଭିନ୍ନ ବ୍ଲକରେ ସାନ୍ତାଳୀ ଅଙ୍ଗନୱାଡି ଓ ସାନ୍ତାଳୀ ଶିକ୍ଷକ ନିଯୁକ୍ତି ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details