ଓଡିଶା

odisha

ETV Bharat / state

ସତ୍ୟବାନ ନୁହେଁ, ଗୁରୁଙ୍କ ଶୁଭ ମନାସି ସାବିତ୍ରୀ ବ୍ରତ ପାଳିଲେ କିନ୍ନର - ସାବିତ୍ରୀ

ସବର୍ଦା ଅବହେଳିତ କିନ୍ନର ଏବେ ସମାଜ ପାଇଁ ସୃଷ୍ଟି କରୁଛନ୍ତି ଉଦାହରଣ । ଆଜିର ପବିତ୍ର ଦିନରେ ଜଣେ ସଧବା ସ୍ତ୍ରୀ କେବଳ ତାର ସ୍ବାମୀର ମଙ୍ଗଳ ମନାସିଥାଏ । ହେଲେ ଏମାନେ ନିଜ ପ୍ରିୟପରିଜନ ଓ ଗୁରୁଙ୍କ ଦୀର୍ଘାୟୁ ଓ ଶୁଭ କାମନା କରି ନିଷ୍ଠାର ସହ ପାଳନ କରିଥାନ୍ତି ସାବିତ୍ରୀ ବ୍ରତ । ଏଥିପାଇଁ ତ ସୃଷ୍ଟିର ଅନନ୍ୟ ଉପହାର ଏମାନେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

By

Published : Jun 3, 2019, 1:51 PM IST

ବାଲେଶ୍ବର: ହାତରେ ଚୁଡି, ପାଦରେ ଅଳତା, ସିନ୍ଥିରେ ସିନ୍ଦୂର । ତା ସାଙ୍ଗକୁ ନୂଆ ଲୁଗା ପିନ୍ଧି ସମ୍ପୂର୍ଣ୍ଣ ସଧବା ବେଶରେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ତୃତୀୟ ଲିଙ୍ଗ କିନ୍ନର ସମ୍ପ୍ରଦାୟ । ବଟ ବୃକ୍ଷ ତଳେ ବସି ସମସ୍ତ ରୀତିନୀତି ଓ ପୂଜା ପଦ୍ଧତି ସହ ଏମାନେ ନିଜ ପ୍ରିୟ ପରିଜନ ଓ ଗୁରୁଙ୍କ ମଙ୍ଗଳ କାମନା କରିବା ସହ ସମାଜର ଖୁସି ମନାସୁଛନ୍ତି । ଏଭଳି ଅପୂର୍ବ ଦୃଶ୍ୟ ବାଲେଶ୍ବରର ଲୋକନାଥ ମନ୍ଦିରରେ ଆଜି ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ପୁରୁଷ ଓ ନାରୀଙ୍କ ଭଳି କିନ୍ନର ମଧ୍ୟ ତାର ପ୍ରିୟପାତ୍ରଙ୍କ ପାଇଁ ପାଳନ କରେ ସାବିତ୍ରୀ ବ୍ରତ । ସ୍ତ୍ରୀ ଯେପରି ତାର ସ୍ବାମୀଙ୍କ ଦୀର୍ଘାୟୁ କାମନା କରିଥାଏ କିନ୍ନର ମଧ୍ୟ ତାର ଆଦର୍ଶ, ତାକୁ ସାହାରା ଦେଇ ଆଗକୁ ପ୍ରୋତ୍ସାହିତ କରୁଥିବା ଗୁରୁଙ୍କ ପାଇଁ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥାଏ ବୋଲି ଓମ ଲୋକନାଥ କିନ୍ନର ପରିବାରର ନନ୍ଦିନୀ କିନ୍ନର କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details