ବାଲେଶ୍ଵର :ବାଲେଶ୍ଵରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ଜନଗହଳି ସ୍ଥାନରେ ଟ୍ରାଫିକ କର୍ମଚାରୀ ନିୟନ୍ତ୍ରଣ କରିପାରୁ ନାହାଁନ୍ତି ଟ୍ରାଫିକ । ଖାଲି ସେତିକି ନୁହେଁ ଏଠାରେ ଲାଗିଥିବା ସିସିଟିଭି ମଧ୍ୟ କାମ କରୁନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। ନିକଟରେ ସହରର ମେଡିକାଲ ରାସ୍ତାରେ ଥିବା ଏକ ଚର୍ଚ୍ଚ ନିକଟରେ ରାସ୍ତା ଜାମ ହୋଇଥିଲା । ସେହି ସମୟରେ ସଦର ବିଧାୟକ ଯାଉଥିଲେ ।
ତେବେ ଦୀର୍ଘ ସମୟ ଧରି ରାସ୍ତା ଜାମ ରହିବାରୁ ଅନେକ ଗାଡ଼ି ଅଟକି ରହିଥିଲା । ଏହାକୁ ଦେଖି ଖୋଦ୍ ବିଧାୟକ ଗାଡ଼ିରୁ ଓହ୍ଲାଇ ନିଜେ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ । ଯାହାର ଭିଡିଓ ଖୁବ ଭାଇରାଲ୍ ହୋଇଥିଲା । ସହରରେ ଯେପରି ଟ୍ରାଫିକ ସମସ୍ୟା ନଉପୁଜେ ସେଥିପାଇଁ ଟ୍ରାଫିକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ହେଲେ କର୍ମଚାରୀ ଥାଇ ବି ଏଠାରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବିଧାୟକ ।
ଏହାମଧ୍ୟ ପଢ଼ନ୍ତୁ. ଫେଲ ମାରିଲା ଟ୍ରାଫିକ ବ୍ୟବସ୍ଥା, ନିୟନ୍ତ୍ରଣ କଲେ ବିଧାୟକ
ତେବେ ଏହି ସମସ୍ୟାର ସମାଧାନ ପାଇଁ ବାଲେଶ୍ଵରର ସାମାଜିକ ସଂଗଠନ ହେଲପିଙ୍ଗ ସୋସାଇଟିର ସଦସ୍ୟ ନୂତନ ଭାବେ ଯୋଗ ଦେଇଥିବା ଏସପି ସାଗରିକା ନାଥଙ୍କୁ ଭେଟି 7 ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିଗୁଡିକ ମଧ୍ୟରେ ରହିଥିଲା ଓଟି ରୋଡ଼ରେ ଥିବା ଟ୍ରାଫିକ ପୋଷ୍ଟଗୁଡିକରେ ସଠିକ ଭାବେ ନିୟମ ପାଳନ ଦିଗରେ ଯତ୍ନବାନ ହେଉନାହାଁନ୍ତି । ଜରୁରୀକାଳିନ ଲେନ୍ରେ ଅଧିକ ବାଇକ୍ ଜାମ ହେଉଛି । ଫଳରେ ଆମ୍ବୁଲାନ୍ସ ଯିବା ଆସିବାରେ ଅସୁବିଧା ହେଉଛି ।