ଓଡିଶା

odisha

ETV Bharat / state

ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ କୁଶ ପୁତ୍ତଳିକା ଦାହ - Tourist minister Jyoti prakash's effigy burned

ସଂସ୍କୃତି ମନ୍ତ୍ରୀ ସରକାରୀ ଖର୍ଚ୍ଚରେ ଦୁଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ଯିବା ଘଟଣାରେ ବାଲେଶ୍ବରର ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ କୁଶପୁତ୍ତଳିକା ଦାହ
ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ କୁଶପୁତ୍ତଳିକା ଦାହ

By

Published : Nov 28, 2019, 6:54 PM IST

ବାଲେଶ୍ବର: ସଂସ୍କୃତି ମନ୍ତ୍ରୀ ସରକାରୀ ଖର୍ଚ୍ଚରେ ଦୁଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ଯିବା ଘଟଣାରେ ବାଲେଶ୍ବରର ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ସିମୁଳିଆ ଓ ଖଇରାରେ ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ନେତୃତ୍ବରେ ରାଲି କରିବା ସହ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ କୁଶପୁତ୍ତଳିକା ଦାହ

ସେହିପରି ରେମୁଣା ଗୋଲେଇ ଫାଣ୍ଡିଛକରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ଇସ୍ତଫା ଦାବି ଉଠିଛି । ସୂଚନା ଥାଉକି, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଦୁଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ଗସ୍ତ କରିଥିଲେ । ଏହି ଗସ୍ତ ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । କେଉଁ ଅଧିକାରରେ ମନ୍ତ୍ରୀ ସରକାରୀ ଖର୍ଚ୍ଚରେ ଏହି ଦୁଇ ମହିଳାଙ୍କୁ ସାଙ୍ଗରେ ନେଇଥିଲେ ବୋଲି ପ୍ରଶ୍ନ କରିଥିଲେ ବିରୋଧି । ସେପଟେ ମହିଳାଙ୍କ ଗସ୍ତ ପାଇଁ ସରକାରୀ ଖାତାରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନି । ଓଟିଡିସି ସମସ୍ତଙ୍କ ପାଇଁ ଖୋଲା । ମୁଁ କୌଣସି ଆଇନ ଭାଙ୍ଗି ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟୀକରଣ ରଖିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details